କନକ ବ୍ୟୁରୋ : ହୋଲି ପୂର୍ବରୁ ଦେଶର ୬କୋଟି କର୍ମଚାରୀଙ୍କୁ ମୋଦି ସରକାରଙ୍କ ଝଟକା । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର କମାଇଛନ୍ତି ସରକାର । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓକ୍ୱାର ଆଜି ଇପିଏଫ ସୁଧହାର ହ୍ରାସ ଘୋଷଣା କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର (ଇପିଏଫ୍) ସୁଧ ହାର ୦. ୧୫% ହ୍ରାସ କରାଯାଇ ୮. ୫୦% କରାଯାଇଛି ।
ଚଳିତ ବର୍ଷ ଇପିଏଫରେ କର୍ମଚାରୀଙ୍କୁ ୮.୫୦ ପ୍ରତିଶତ ସୁଧ ମିଳିବ । ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫରେ ସୁଧହାର ମିଳିଥିଲା ୮.୬୫ ପ୍ରତିଶତ, ଯାହାକୁ କମାଇ ଏବେ ୮.୫୦ ପ୍ରତିଶତ କରାଯାଇଛି । ଆଜି ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ବୈଠକରେ ସୁଧ ହାର କମାଇବା ନେଇ ନିଷ୍ପତି ନିଆଯାଇଛି ।
ସୁଧହାର ହ୍ରାସ ପାଇବାରୁ ଏବେ ବେତନ ପ୍ରାପ୍ତ କର୍ମଚାରୀମାନେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ୦. ୧୫% କମ୍ ସୁଧ ପାଇବେ। ସୁଧହାର ହ୍ରାସ ଆର୍ଥିକ ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ହୋଇପାରେ ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/6.png)