ମନୋରଞ୍ଜନ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଗାମୀ ୱେବ୍ ସିରିଜ୍ 'ଫ୍ୟାମିଲି ମ୍ୟାନ୍' ସିଜିନ୍ ୩ ପାଇଁ ଚର୍ଚ୍ଚାରେ ଥିବା ଅଭିନେତା ରୋହିତ ବସଫୋରଙ୍କ ଦେହାନ୍ତ ହୋଇଯାଇଛି । ଏପ୍ରିଲ ୨୭ ତାରିଖ ରବିବାର ଅପରାହ୍ନରେ ଗୌହାଟି ନିକଟସ୍ଥ ଗର୍ଭଙ୍ଗା ଜଳପ୍ରପାତରେ ରୋହିତଙ୍କ ମୃତଦେହ ମିଳିଥିଲା । କିନ୍ତୁ ପରିବାର ଲୋକ ସନ୍ଦେହ କରୁଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି । ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ତାଙ୍କ ମୃତ୍ୟୁ ଖବର ଆସିବା ପରେ ଏବେ ଅଭିନେତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି ।
/kanak/media/media_files/2025/04/30/4e81CfceIO4yBwbItSsM.jpg)
ରାଣୀ ପୁଲିସ ଷ୍ଟେସନର ଅଧିକାରୀମାନେ କହିଛନ୍ତି ଯେ ଘଟଣାଟି ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା । ରୋହିତ ତାଙ୍କ ୯ ଜଣ ବନ୍ଧୁଙ୍କ ସହ ପିକନିକ୍ କରିବାକୁ ସେଠାକୁ ଯାଇଥିଲେ । ଏହି ସମୟରେ ସେ ଜଳପ୍ରପାତରେ ପଡ଼ି ଯାଇଥିଲେ ଏବଂ ତାଙ୍କ ମୃତ୍ୟୁ ହୋଇଥିଲା । ପୁଲିସକୁ ଏହାର ସୂଚନା ଅପରାହ୍ନ ୪ ଟାରେ ମିଳିଥିଲା ଏବଂ ସାଢେ ୪ ଟାରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା । ଏହା ପରେ ଏସଡିଆରଏଫ ଦଳ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ରୋହିତଙ୍କ ମୃତଦେହ ଉଦ୍ଧାର କରିଥିଲେ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ରୋହିତ ବସଫୋର ଭୁଲବଶତଃ ଜଳପ୍ରପାତରେ ପଡ଼ିଯାଇଥିଲେ । ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ । ତେବେ ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାରକୁ ଦିଆଯାଇଛି ଏବଂ ମାମଲାର ତଦନ୍ତ ଚାଲିଛି ।