କନକ ବ୍ୟୁରୋ: କୋଇଡ଼ା ଖଣି ଅଞ୍ଚଳରେ ପୁଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ୧୦ ଦିନ ତଳେ କୋଇଡାର ରେଙ୍ଗାଲବେଡା ଠାରେ ମୁଖାପିନ୍ଧା ଦୁର୍ବୃତ ସଶସ୍ତ୍ର ଡକାୟତି କରିଥିଲେ । ପୁଣି ଗତକାଲି ରାତିରେ ୮ ଜଣ ମୁଖା ପିନ୍ଧା ଦୁର୍ବୃତ ବନ୍ଧୁକ ଓ ଛୁରୀ ଦେଖାଇ କୋଇଡା ମୁଖ୍ୟ ଛକରେ ଥିବା ତାରିଣୀ କ୍ୟାରିଅର ପରିବହନ ସଂସ୍ଥା କାର୍ଯାଳୟରେ ପଶି ସାଢେ ୩ ଲକ୍ଷ ନଗଦ ଟଙ୍କା ଲୁଟିନେଇଛନ୍ତି । ଏଥିସହ କାର୍ଯ୍ୟାଳୟର ସମସ୍ତ ସିସିଟିଭି ତାର, କମ୍ପ୍ୟୁଟର ଭାଙ୍ଗି ହାର୍ଡ ଡିସ୍କ ନେଇଯାଇଛନ୍ତି । ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି ।
IT ଚାକିରି ଛାଡ଼ି ଗାଈ ପାଳିଲେ, ବର୍ଷକୁ ୨ କୋଟି ରୋଜଗାର
କୋଇଡ଼ା ଏକ ଖଣି ଅଞ୍ଚଳ ହୋଇଥିବାରୁ ଏଠାରେ ରାତି ତମାମ ପରିବହନ କାର୍ଯ୍ୟାଳୟ ଚାଲିଥାଏ । ଗାଡି ଚାଳକ ମାନଙ୍କୁ ଆଡଭାନ୍ସ ଦେବାକୁ ନଗଦ ଟଙ୍କା ମଧ୍ୟ କାର୍ଯ୍ୟାଳୟରେ ଥାଏ । ତେବେ ଏହାର ସୁଯୋଗ ନେଇ ବାରମ୍ବାର ଡକାୟତି ବଢି ଚାଲିଛି । ଏମିତିକି କୋଇଡା ଥାନା ଅଞ୍ଚଳ ହେଉ କିମ୍ବା ବଣାଇଁ ଉପଖଣ୍ଡ ସବୁଠି ବଡଧରଣର ଲୁଟ୍ ଚାଲିଛି । ହେଲେ ଲୁଟେରାଙ୍କ ଟେର ପାଇପାରୁନି ପୁଲିସ । ଅନ୍ୟପଟେ ଡକାୟତଙ୍କୁ କାବୁ କରିବା ପାଇଁ ଯାଇଥିବା ପୁଲିସ ଟିମ୍ର ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି । ପୁଲିସ ଟିମ୍ ଗାଡ଼ିରୁ ଓହ୍ଲାଉଥିବା ବେଳେ ବିପରିତ ଦିଗରୁ ଡକାୟତ ମାନେ ଅସି ଗାଡ଼ି ଚଢ଼ାଇ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଚାଳକ ବେସରକାରୀ ଭାବେ ଥାନା ଗାଡ଼ି ଚାଳକ ଭାବେ କାମ କରୁଥିଲେ। ତାଙ୍କ ନାଁ ରାହୁଲ ସଫର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/20/15-2025-11-20-08-59-48.jpg)