FILM Photograph: (KANAK NEWS)
କନକ ବ୍ୟୁରୋ: କନ୍ନଡ ସୁପରଷ୍ଟାର ୟଶଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକ ଚାହିଁ ରହିଥିଲେ ମଧ୍ୟ ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ଟକ୍ସିକ୍ ଫିଲ୍ମଟି ମାର୍ଚ୍ଚ ୧୯ରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । ନୂଆ ଘୋଷଣା ଅନୁଯାୟୀ, "ଟକ୍ସିକ" ଏବେ ଜୁନ୍ ମାସରେ ୱାର୍ଲ୍ଡ ୱାଇଡ୍ ରିଲିଜ୍ ହେବ ।
ଆହୁରି ପଢ଼ନ୍ତୁ: ଚାଉଳ କେଜି ଛୁଇଁଲାଣି ୩୦୦
ବକ୍ସ ଅଫିସରେ ଟଳିଲା ବଡ଼ ଟକ୍କର
କାହିଁକି ଘୁଞ୍ଚିଲା ରିଲିଜ୍ ତାରିଖ?
ଏହି ନିଷ୍ପତ୍ତି ପଛରେ କୌଣସି ବୈଷୟିକ ତ୍ରୁଟି ନୁହେଁ, ବରଂ ବିଶ୍ୱ ସ୍ତରୀୟ ପରିସ୍ଥିତି ଏବଂ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ମୁଖ୍ୟ କାରଣ ବୋଲି କୁହାଯାଉଛି । ୟଶ ନିଜେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, "ଟକ୍ସିକ"କୁ କେବଳ ଭାରତୀୟ ନୁହେଁ, ବରଂ ବିଶ୍ୱବ୍ୟାପୀ ଦର୍ଶକଙ୍କୁ ଆଖିରେ ରଖି ନିର୍ମାଣ କରାଯାଇଛି । କନ୍ନଡ ଏବଂ ଇଂରାଜୀ ଭାଷାରେ ସୁଟିଂ ହୋଇଥିବାରୁ ଏହାର ବଜାର ମଧ୍ୟ ବହୁତ ବଡ଼ । ତେଣୁ, ମଧ୍ୟପ୍ରାଚ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଚାଲିଥିବା ଅଶାନ୍ତି ଯୋଗୁଁ ବିପୁଳ ସଂଖ୍ୟକ ଦର୍ଶକ ଫିଲ୍ମଟିକୁ ଦେଖିବାରୁ ବଞ୍ଚିତ ହୋଇଥାନ୍ତେ । ସେମାନଙ୍କ ସହିତ ଯୋଡ଼ି ହେବାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ନିର୍ମାତାମାନେ ଏହି କଷ୍ଟକର ନିଷ୍ପତ୍ତି ନେଇଛନ୍ତି ।
ମାର୍ଚ୍ଚ ୧୯ ତାରିଖରେ କେବଳ "ଟକ୍ସିକ" ନୁହେଁ ବରଂ ଅନ୍ୟ ଏକ ବଡ଼ ଚଳଚ୍ଚିତ୍ର 'ଧୁରନ୍ଧର ୨' ମଧ୍ୟ ମୁକ୍ତିଲାଭ କରିବାର ଥିଲା । ଏହି ଦୁଇଟି ଫିଲ୍ମ ମଧ୍ୟରେ ଏକ ଜୋରଦାର ଟକ୍କର ହେବ ବୋଲି ସିନେ ସମୀକ୍ଷକମାନେ ଆକଳନ କରୁଥିଲେ । ଦୁଇଟି ବଡ଼ ଫିଲ୍ମ ଏକାସାଙ୍ଗରେ ଆସିଲେ ଫ୍ୟାନ୍ସମାନେ ବିଭାଜିତ ହୋଇଥାନ୍ତେ ଏବଂ ବକ୍ସ ଅଫିସ କଲେକ୍ସନରେ ମଧ୍ୟ ପ୍ରଭାବ ପଡ଼ିଥାନ୍ତା । ତେବେ "ଟକ୍ସିକ"ର ରିଲିଜ୍ ଘୁଞ୍ଚିଯିବା ପରେ ଏହି ଟକ୍କର ଏବେ ଟଳିଯାଇଛି । ଏହା ପରୋକ୍ଷରେ ଉଭୟ ଫିଲ୍ମକୁ ସ୍ୱାଧୀନ ଭାବରେ ବ୍ୟବସାୟ କରିବା ପାଇଁ ଏକ ବଡ଼ ସୁଯୋଗ ଦେଇଛି ।
ୟଶ ନିଜ ପ୍ରଶଂସକଙ୍କୁ ଧୈର୍ଯ୍ୟ ଧରିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ବର୍ଷ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ସେ ମାର୍ଚ୍ଚରେ ଫିଲ୍ମଟି ଆଣିବାକୁ ଖୁବ୍ ଉତ୍ସାହିତ ଥିଲେ । କିନ୍ତୁ ଅଂଶୀଦାର ଏବଂ ବିଶ୍ୱ ଦର୍ଶକଙ୍କ ସ୍ୱାର୍ଥ ରକ୍ଷା କରିବା ତାଙ୍କ ପାଇଁ ପ୍ରଥମ ପ୍ରାଥମିକତା । ଜୁନ୍ ୪ରେ ଏହି ଚଳଚ୍ଚିତ୍ରଟି ଇଂରାଜୀ ଏବଂ ହିନ୍ଦୀରେ ବିଶ୍ୱ ସ୍ତରରେ ମୁକ୍ତିଲାଭ କରିବ ।
ଯଦିଓ ରିଲିଜ୍ ତାରିଖ ଘୁଞ୍ଚିବା ଫ୍ୟାନ୍ସଙ୍କୁ ନିରାଶ କରିଛି, କିନ୍ତୁ "ଟକ୍ସିକ"ର କ୍ରେଜ୍ ଏବଂ ଗୁଣବତ୍ତା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ଜରୁରୀ ଥିଲା ବୋଲି ବିଚାର କରାଯାଉଛି । ଏବେ ସମସ୍ତଙ୍କ ନଜର ଜୁନ୍ ୪ ଉପରେ, ଯେତେବେଳେ ୟଶ ପୁଣିଥରେ ପରଦାରେ ନିଜର ଜଲୱା ଦେଖାଇବେ ।
Follow Us