ପୁଣି ମୁଣ୍ଡ ଟେକିଲା ସାନୁ, ରୀତାଙ୍କ ବିବାଦ; ହାତ ଯୋଡ଼ିଲେ ପତ୍ନୀ ରୀତା

Advertisment

ସାନୁଙ୍କ ଏଭଳି ପଦକ୍ଷେପରେ ବିବ୍ରତ ରୀତା କହିଛନ୍ତି, ସେ ପ୍ରକୃତରେ ଆଶ୍ଚର୍ଯ୍ୟ ଯେ, ତାଙ୍କୁ ଏତେ ବଡ଼ ମୂଲ୍ୟର ମାନହାନୀ ମାମଲା ଭିତରକୁ ଟଣାଯାଉଛି । ଯେଉଁ ନୋଟିସ୍ ତାଙ୍କୁ ସାନୁ ପଠାଇଛନ୍ତି ସେଥିରେ ସେ ୫୦ କୋଟି ଭରଣା କରିବାକୁ ଉଲ୍ଲେଖ କରିଛନ୍ତି । ସାନୁ ସ୍ୱପ୍ନରେ ବି କିପରି ଭାବିଲେ ଯେ, ତାଙ୍କ ପାଖରେ ଏତେ ପଇସା ଅଛି ବୋଲି …’

Kumar Sanu's Ex-Wife Rita Bhattacharya

Kumar Sanu's Ex-Wife Rita Bhattacharya Photograph: (Internet)

କନକ ବ୍ୟୁରୋ : ବଲିଉଡ୍‌ର ପପୁଲାର ପ୍ଳେବ୍ୟାକ୍ ସିଙ୍ଗର କୁମାର ସାନୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ । ସେ ନିଜ ପୂର୍ବ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟଙ୍କ ଉପରେ କରିଛନ୍ତି ୫୦ କୋଟିର ମାନହାନୀ ମାମଲା । ଏକ ଇଣ୍ଟରଭ୍ୟୁରେ ପତ୍ନୀ ରୀତା ତାଙ୍କ ବିରୋଧରେ ଅଭିଯୋଗ ପରେ ଅଭିଯୋଗ ଆଣିବା କାରଣରୁ କୁମାର ସାନୁ ଏଭଳି ମାନହାନୀ ମାମଲା ଦାଏର କରିଛନ୍ତି ।

ସାନୁଙ୍କ ଏଭଳି ପଦକ୍ଷେପରେ ବିବ୍ରତ ରୀତା କହିଛନ୍ତି, ସେ ପ୍ରକୃତରେ ଆଶ୍ଚର୍ଯ୍ୟ ଯେ, ତାଙ୍କୁ ଏତେ ବଡ଼ ମୂଲ୍ୟର ମାନହାନୀ ମାମଲା ଭିତରକୁ ଟଣାଯାଉଛି । ଯେଉଁ ନୋଟିସ୍ ତାଙ୍କୁ ସାନୁ ପଠାଇଛନ୍ତି ସେଥିରେ ସେ ୫୦ କୋଟି ଭରଣା କରିବାକୁ ଉଲ୍ଲେଖ କରିଛନ୍ତି । ସାନୁ ସ୍ୱପ୍ନରେ ବି କିପରି ଭାବିଲେ ଯେ, ତାଙ୍କ ପାଖରେ ଏତେ ପଇସା ଅଛି ବୋଲି …’

ବହୁତ ଦୁଃଖର କଥା… ମୁଁ ବି ଆଶ୍ଚର୍ଯ୍ୟ ଯେ, ସାନୁ ନିଜ ୩ ବଡ଼ ପୁଅଙ୍କ ମା’ ଉପରେ କେସ୍ କରିଛନ୍ତି । ଆଉ କାହାକୁ ଟାର୍ଗେଟ କରୁନାହାଁନ୍ତି । ମାମଲା କେବଳ ତାଙ୍କରି ଉପରେ, ତାଙ୍କୁ ଉସକାଉଥିବା ଅନ୍ୟ କାହାରି ଉପରେ ନୁହେଁ । ତାଙ୍କ ସହ ମୋର ଦୀର୍ଘ ବର୍ଷ ହେଲା କଥାବାର୍ତ୍ତା ହୋଇନି କି ମୋ ପିଲାଙ୍କ ସହ ବି ତାଙ୍କର କୌଣସି କଥାବାର୍ତ୍ତା ନାହିଁ । ମୋତେ ତାଙ୍କ ସହ କଥା ହେବା ପାଇଁ ସୁଯୋଗ ବି ଦିଆଯାଉନି । ମୋ ନମ୍ବରକୁ ସେ ସବୁବେଳେ ବ୍ଲକ୍ କରି ରଖନ୍ତି । ମୁଁ ସାନୁଙ୍କୁ ଅନେକ ଥର ଫୋନ୍ କରିବାକୁ ଚେଷ୍ଟା କରିଛି ହେଲେ ସେ କେବେ ମୋ ଫୋନ୍ ଉଠାନ୍ତିନି । ତାଙ୍କ ସେକ୍ରେଟାରୀକୁ ବି ମୁଁ ନେହୁରା ହୋଇଛି । ମୋ ପୁଅର ବାହାଘର ହେଉଛି । ହେଲେ ସାନୁଙ୍କ କେସ୍ ମୋତେ ବଦନାମ କରୁଛି’।

ଅଧିକ ପଢ଼ନ୍ତୁ : ଫିଲ୍ମ ଧୂରନ୍ଧର : ୪୦ ବର୍ଷ  ହିରୋ ସହ ୨୦ ବର୍ଷର ହିରୋଇନ୍‌ କାହିଁକି ? ସ୍ପଷ୍ଟ କଲେ କାଷ୍ଟିଂ ଡାଇରେକ୍ଟର

ରୀତା କହିଛନ୍ତି ଦୀର୍ଘ ବର୍ଷ ପରେ ୬୩ ବର୍ଷରେ ତାଙ୍କୁ ପୁଣିଥରେ କୋର୍ଟର ଚକ୍କର କାଟିବାକୁ ପଡ଼ୁଛି । ପୂର୍ବରୁ ଛାଡ଼ପତ୍ରକୁ ନେଇ କୋର୍ଟ ଯାଉଥିଲି ଏବେ ମାନହାନୀ ମାମଲା ନେଇ ଯିବାକୁ ପଡ଼ିବ । ୩ ପୁଅ ଯଥେଷ୍ଟ ବୁଝିବାର ହେଲେଣି । ହେଲେ ସେମାନେ କୌଣସି ଭୁଲ ନକରି ଦଣ୍ଡ ପାଉଛନ୍ତି । ସୋନୁଙ୍କ ଉଦ୍ଦେଶ୍ୟରେ ରୀତା କହିଛନ୍ତି, 'ମୁଁ ସାନୁଙ୍କୁ କୋର୍ଟରେ ଭେଟିବି । ତାଙ୍କୁ ହାତ ଯୋଡ଼ି କହିବି, ସେ ବାକି ଜୀବନ ଭଲ ମଣିଷ ହୋଇ ବଞ୍ଚନ୍ତୁ । ମୋ ୩ ପୁଅଙ୍କ ବାପା ହୁଅନ୍ତୁ । ଯଦି ଆମକୁ ଭଲପାଉବି ନାହାନ୍ତି ହେଲେ ଆମକୁ ହଇରାଣ ବି କରନ୍ତୁନି’ ।

କୁମାର ସାନୁ ଓ ରୀତା ଭଟ୍ଟାଚାର୍ଯ୍ୟଙ୍କ ଛାଡ଼ପତ୍ର ୨୦୦୧ରେ ହୋଇଥିଲା । ଫାଇଲରେ ନିଷ୍ପତ୍ତି ହୋଇଥିଲା କେହି କାହାକୁ ଦୋଷାରୋପ କରିବେନି । କିନ୍ତୁ ଇ -ଟାଇମରେ ଇଣ୍ଟରଭ୍ୟୁ ଦେବାକୁ ଯାଇ ରୀତା ସାନୁଙ୍କୁ ଦୋଷ ଦେବା ପରେ ଏବେ ରୀତାଙ୍କୁ କୋର୍ଟର ବାଟ ଦେଖାଇଛନ୍ତି କୁମାର ସାନୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe