କନକ ବ୍ୟୁରୋ : ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା । ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରେ । ଗାଁର ଶିଶିର ଶଙ୍ଖୁଆଳ ବିଲରୁ ଧାନ କାଟି ଫେରିବା ବେଳେ ଜଣେ ମହିଳା ନିକଟକୁ ରସି ପିଇବା ପାଇଁ ଯାଇଥିଲା । ଏହି ସମୟରେ ଗାଁର କିଛି ଯୁବକ ମହିଳାଙ୍କ ନିକଟରେ ଏକୁଟିଆ ଶିଶିରକୁ ଦେଖି ସଂପୃକ୍ତ ମହିଳା ସହ ଖରାପ ସମ୍ପର୍କ ଅଛି କହି କବାଟ ବନ୍ଦ କରିଦେଲେ ।
ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଜଣାଇବା ସହ ଉଭୟଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଲଙ୍କା ଗୁଣ୍ଡ ଏବଂ ପାଣି ଢ଼ାଳି ବାଡ଼େଇ ଥିଲେ । ପରେ ଉଭୟଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିବା ନେଇ ଅଭିଯୋଗ ହୋଇଛି । ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ହେଉଛି । ଏନେଇ ସମ୍ପୃକ୍ତ ମହିଳା ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଗ୍ରାମରୁ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/24/extramarital-affair-2025-10-24-10-45-37.jpg)