ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ପାଖାପାଖି ୨୬ ବର୍ଷ ପରେ ପୁଣି ବଲିଉଡର ଦୁଇ ପ୍ରସିଦ୍ଧ ଅଭିନେତା ଅମିତାଭ ଓ ଋଷି କପୁର ଏକାଠି ନଜର ଆସୁଛନ୍ତି । ଏବେ ଉମେଶ ଶୁକ୍ଳାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ‘୧୦୨ ନଟ୍ ଆଉଟ୍’ ଫଷ୍ଟ ଲୁକ୍ ଜାରି ହୋଇଛି ।
ଏହି ଫିଲ୍ମରେ ଅମିତାଭ ୧୦୨ ବର୍ଷୀୟ ବୃଦ୍ଧ ଓ ଋଷି କପୁର ୭୫ ବର୍ଷୀୟ ତାଙ୍କ ପୁଅ ଚରିତ୍ରରେ ଅଛନ୍ତି । ସୁଟିଂ ଚାଲିଥିବା ଏହି ଫିଲ୍ମଟି ଏକ ଗୁଜୁରାଟି ନାଟକ ଉପରେ ଆଧାରିତ । ପୂର୍ବରୁ ଏହି ଦୁଇ କଳାକାର ଅମିତାଭ-ଋଷି ‘କୁଲି’ ଓ ‘ନସିବ୍’ ଭଳି ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ।
ଏହାସହ ମଧ୍ୟ ପଢନ୍ତୁ - ବଲିଉଡରେ ପାଦ ରଖିବେ ସୁନୀଲ ସେଟ୍ଟୀଙ୍କ ପୁଅ !
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/film-amitabh-rish.jpg)