ବଲିଉଡରେ ପାଦ ରଖିବେ ସୁନୀଲ ସେଟ୍ଟୀଙ୍କ ପୁଅ !

60

୯୦ ଦଶକରେ ବଲିାଡର ଜଣେ ଲୋକପ୍ରିୟ ନାୟକ ଥିଲେ ସୁନୀଲ ସେଟ୍ଟୀ । ତାଙ୍କ ପରେ ତାଙ୍କ ଝିଅ ଆଥିୟା ସେଟ୍ଟୀ ମଧ୍ୟ ପ୍ରବେଶ କରିସାରିଛନ୍ତି ବଲିଉଡରେ । କିନ୍ତୁ ଅନ୍ୟ ଷ୍ଟାର କିଡମାନଙ୍କ ପରି ତାଙ୍କୁ ମିଳିନି ବିଶେଷ ସଫଳତା । ଭଉଣୀଙ୍କ ପରେ ଏବେ ଭାଇ ତଥା ସୁନୀଲଙ୍କ ପୁଅ ଆହନ୍ ବଲିଉଡରେ ନିଜ ଭାଗ୍ୟ ପରଖିବାକୁ ପ୍ରସ୍ତୁତ ହୋଇଗଲେଣି । ତାଙ୍କୁ ମିଳିଯାଇଛି ପ୍ରଥମ ଅଫର୍ । ଆଉ ଏହି ଅଫର୍ ଦେଇଛନ୍ତି ଫିଲ୍ମ ନିର୍ମାତା ସାଜିଦ୍ ନାଦିଦୱାଲା ।

ଆହନଙ୍କର କ୍ୟାରିଅର ଆରମ୍ଭରୁ ନେଇ ଖୁସି ଅଛନ୍ତି ସୁନୀଲ । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସେ କହିଛନ୍ତି ଆହନ ଏବେ ଲଣ୍ଡନରେ ଅଭିନୟ ସଂପର୍କିତ ତାଲିମ୍ ନେଉଛନ୍ତି । ଆସନ୍ତା ଡିସେମ୍ବର ମାସରେ ତାଙ୍କୁ ବଲିଉଡରେ ଲଂଚ୍ କରାଯିବ ।