ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଶାସନ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ଡିଜିଟାଲ ଭିତ୍ତିକ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ ପ୍ରଗତି ଜରିଆରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ରାଜ୍ୟ ଗୁଡ଼ିକରେ ମହାରାଷ୍ଟ୍ର ,କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, ତ୍ତରପ୍ରଦେଶ, ଉତ୍ତରାଖଣ୍ଡ,ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ସାମିଲ ଅଛନ୍ତି ।

Advertisment

ଏହିସବୁ ରାଜ୍ୟରେ ବିଶେଷ କରି ରେଳବାଇ, ଜାତୀୟ ରାଜପଥ ଏବଂ ପେଟ୍ରୋଲିୟମ ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା । ଅନେକ ଗୁଡିଏ ଭିତ୍ତିଭୂମି ପ୍ରକଳ୍ପ ବହୁତ ଦିନ ଧରି ପଡି ରହିଥିବାରୁ ଏସବୁର ବ୍ୟୟ ଅଟକଳ ଅଧିକ ପରିମାଣରେ ବଢ଼ିଯାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ମାଣାଧିନ ସଡକ, ରେଳ ଓ ପେଟ୍ରୋଲିୟମ ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ସଚିବମାନେ ବିଳମ୍ବ ହେଉଥିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ତଦାରଖ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

ସହରୀ ଆବାସ ଯୋଜନାରେ ନୂତନ ତଥା ଆଧୁନିକ ଗୃହ ନିର୍ମାଣ କୌଶଳ ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲେ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ସରକାରୀ ଇ-ବଜାରସ୍ଥଳୀ ପ୍ଲାଟଫର୍ମ ମାଧ୍ୟମରେ ସରକାରୀ ଜିନିଷପତ୍ରର ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଅଧିକ ଆଲୋଚନା କରିଥିଲୋ । ଏହାବ୍ୟତୀତ କେନ୍ଦ୍ରୀୟ ନିର୍ମାଣ ସଂସ୍ଥା (ସିପିଡବ୍ଲ୍ୟୁଡି) ସମ୍ପର୍କରେ ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ସଚେତନ କରାଇବାକୁ ମୋଦି କହିଥିଲେ ।

  ସୌଜନ୍ୟ - ବିଜିନେସ୍ ଲାଇନ୍