ବଜାରରେ ଯଥେଷ୍ଟ ମହଜୁଦ ଅଛି ଅତ୍ୟାବଶ୍ୟକ ସାମଗ୍ରୀ : ଆଗୁଆ ଯୋଗାଇ ଦିଆଯିବ ପିଡିଏସ ସାମଗ୍ରୀ, କରୋନା ନେଇ ଗୁଜବ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଯୋଗାଣ ମନ୍ତ୍ରୀ

276

କନକ ବ୍ୟୁରୋ : ବଜାରରେ ମହଜୁଦ ଅଛି ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକୀୟ ସାମଗ୍ରୀ । କରୋନା ଯୋଗୁ ଏହି ସାମଗ୍ରୀର କୌଣସି ଅଭାବ ରହିବନାହିଁ । ଖାଦ୍ୟ ଯୋଗାଣ ବିଭାଗ ଏନେଇ ସଚେତନ ଅଛି ଓ ଅନ୍ୟ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟକରୁଛି । ତେଣୁ କୌଣସି ପ୍ରକାର ଭୟଭୀତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହା ସହିତ ଆଗୁଆ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ତେଣୁ କୌଣସି ପ୍ରକାରର ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି । ଏବଂ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଅଧିକ ଆବଶ୍ୟକ ହେଉଥିବା ସାନିଟାଇଜର ଓ ମାସ୍କର ଉତ୍ପାଦନ ଅଧିକ ମାତ୍ରାରେ କରାଯାଉଛି ବୋଲି ସୂଚନା ଦେଇଛନ୍ତି ।