କ୍ରିକେଟ ଜଗତକୁ ମିଳିବ ନୂଆ ବିଶ୍ୱ ଚାମ୍ପିଅନ୍ : ଫାଇନାଲରେ ଲଡ଼ର୍ସ ମୈଦାନରେ ମୁହାଁମୁହିଁ ହେବ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ

208

କନକ ବ୍ୟୁରୋ : ଇଂଲଣ୍ଡ ନା ନ୍ୟୁଜିଲାଣ୍ଡ, କିଏ ହେବ ବିଶ୍ୱ ଚାମ୍ପିଅନ୍ । ଲଡ଼ର୍ସ ମୈଦାନରେ ବାଜି ମାରିବ କିଏ ? ଉଭୟ କ୍ରିକେଟ୍ ଟିମ୍ ଆଶା ଓ ଆଶଙ୍କା ଦେଇ ଗତି କରୁଛନ୍ତି । ଖେଳାଳି ଯେତିକି ଉତ୍ସାହିତ, ଉଭୟ ଦେଶର ପ୍ରଶଂସକ ଫାଇନାଲ ପାଇଁ ସେତିକି ବ୍ୟଗ୍ର । ବିଶ୍ୱକପରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି । ଫାଇନାଲରେ ନୂଆଦଳ ଚାମ୍ପିୟନ ହେବେ । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ । ଆସନ୍ତା ରବିବାର ୱାଲ୍ଡକପ ଫାଇନାଲରେ ନ୍ୟଜିଲାଣ୍ଡ ଓ ଇଂଲଣ୍ଡ ଟିମ୍ ଲର୍ଡସ ମୈଦାନରେ ସାମ୍ନାସାମ୍ନି ହେବେ । ଉଭୟ ଦଳ ପାଇଁ ୧୪ରେ ଥିବା ଫାଇନାଲ ମ୍ୟାଚ୍ ବେଶ୍ ମହତ୍ୱପୂର୍ଣ୍ଣ । କାରଣ ଉଭୟ ଟିମ୍ ଆଜିଯାଏଁ ଥରେ ବି ବିଶ୍ୱକପ୍ ପାଇ ପାରିନାହାନ୍ତି । କାରଣ ଇଂଲଣ୍ଡ କିମ୍ବା ନ୍ୟୁଜିଲାଣ୍ଡ କ୍ରିିକେଟ ଟିମ୍ ଥରେ ବି ବିଶ୍ୱକପ୍ ପାଇବାର ସୁଯୋଗ ପାଇନାହାନ୍ତି । ତେଣୁ ବିଶ୍ୱକପ୍ ହାତେଇବାର ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ କେହି ବି ଚାହିଁବେନି ।

ଗୋଟିଏ ପଟେ କ୍ରିକେଟ ବିଶ୍ୱକପ ୨୦୧୯ରେ ଧମାକେଦାର ଏଣ୍ଟ୍ରି ମାରିଛି ଇଂଲଣ୍ଡ କ୍ରିକେଟ ଟିମ୍ । ଗତ ଗୁରୁବାର ଦିନ ଖେଳାଯାଇଥିବା ଦ୍ୱିତୀୟ ସେମିଫେଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଙ୍କୁ ଧ୍ୱସ୍ତ କରି ଦୀର୍ଘ ୨୭ ବର୍ଷ ପରେ କ୍ରିକେଟ୍ ୱାଲ୍ଡକପରେ ଫାଇନାଲରେ ପହଞ୍ଚିଛି ଇଲଣ୍ଡ ।ଗତକାଲି ଏଜାବେଷ୍ଟନରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ୫ ଥରର ବିଜେତା ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ସମସ୍ତଙ୍କୁ ଚମକାଇଦେଇଥିଲା ଇଂଲଣ୍ଡ । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଇଂଲଣ୍ଡର ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ତିଷ୍ଠିପାରିନଥିଲା । ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୨୨୪ ରନର ଲକ୍ଷ୍ୟ ଦେଇଥିଲା । ୩୨.୧ ଓଭରରେ ଆୟୋଜକ ଇଂଲଣ୍ଡ ୨ ୱିକେଟ ବିନିମୟରେ ୨୨୬ ରନ ସଂଗ୍ରହ କରିନେଇ ଫାଇନାଲରେ ପ୍ରବେଶ କରିଛି ।

୧୯୯୯୨ରେ ଇଂଲଣ୍ଡ ଟିମ୍ ବିଶ୍ୱକପ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ବିଜୟ ଆଶା ମଉଳିଯାଇଥିଲା । ଏଥରକୁ ମିଶାଇ ଇଂଲଣ୍ଡ ଚତୁର୍ଥ ଥର ପାଇଁ ୱାଲ୍ଡକପ୍ ଫାଇନାଲ ଖେଳିବ । ଏହାପୂର୍ବରୁ ୧୯୭୯, ୧୯୮୭ ଓ ୧୦୦୨ରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲେ ମଧ୍ୟ ତିନି ଥର ଭାଗ୍ୟ ସାଥ୍ ଦେଇନଥିଲା ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବ । ପୂର୍ବରୁ ନ୍ୟୁଜିଲାଣ୍ଡ ୨୦୧୫ରେ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ବିଶ୍ୱକପ୍ ଆରମ୍ଭ ହେବାରୁ କୁହାଯାଉଥିଲା ଚଳିତ ଥର ଇଂଲଣ୍ଡ ହିଁ ବିଶ୍ୱକପ୍ ପାଇବା ଯେଗ୍ୟ । ଇଂଲଣ୍ଡ ପାଖରେ ନିଜ ମାଟିରେ ବିଶ୍ୱକପ୍ ବିଜୟୀ ହେବାର ସୁଯୋଗ ରହିଛି । ତେବ ଆସନ୍ତା ରବିବାର ହେବ ନିର୍ଣ୍ଣାୟକ ମୁକାବିଲା । ସେଦିନ ଜଣାପଡ଼ିବ ବିଶ୍ୱକପର ହକଦାର କିଏ ?