ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ବବଲୁ ପାୱାକୁ ଗୁଳି କଲା ଚୌଦ୍ୱାର ପୁଲିସ, ଗୁରୁତର ଅବସ୍ଥାରେ କଟକ ବଡମେଡିକାଲକୁ ସ୍ଥାନାନ୍ତର

286

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ଚୌଦ୍ୱାର ପୁଲିସର ଏନକାଉଣ୍ଟର । ପୁଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ବବଲୁ ପାୱା । ବିଳମ୍ବିତ ରାତିରେ ଚୌଦ୍ୱାର ପୁଲିସ ବବଲୁକୁ ପିଛା କରି ବାରଙ୍ଗରେ ଏନକାଉଣ୍ଟର କରିଛି । ପୁଲିସ ଗୁଳି ବବଲୁର ଡାହାଣ ଜଙ୍ଘରେ ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାକୁ କଟକ ବଡମେଡିକାଲକୁ ସ୍ଥାନାନ୍ତ କରାଯାଇଛି ।

ତେବେ ପୁଲିସର ଏନକାଉଣ୍ଟର ବେଳେ ବବଲୁ ମଧ୍ୟ ପୁଲିସ ଉପରକୁ ଗୁଳି ମାଡ କରିଥିଲା । ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଚୌଦ୍ୱାର ତେଲେଙ୍ଗା ସାହି ନିକଟ ଏକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରୁଥିବା ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା ପୁଲିସ ।

ତେବେ ପୁଲିସ ଓ ଡକାୟତଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଗ୍ୟାଙ୍ଗ ଲିଡର ବବଲୁ ପାୱା ଚମ୍ପଟ ମାରିଥିଲା । ତେବେ ବବଲୁ ବାରଙ୍ଗ ଅଂଚଳରେ ଲୁଚିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାତି ଅଧିଆ ଚଢାଉ କରିଥିଲେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.