କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ଚୌଦ୍ୱାର ପୁଲିସର ଏନକାଉଣ୍ଟର । ପୁଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ବବଲୁ ପାୱା । ବିଳମ୍ବିତ ରାତିରେ ଚୌଦ୍ୱାର ପୁଲିସ ବବଲୁକୁ ପିଛା କରି ବାରଙ୍ଗରେ ଏନକାଉଣ୍ଟର କରିଛି । ପୁଲିସ ଗୁଳି ବବଲୁର ଡାହାଣ ଜଙ୍ଘରେ ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାକୁ କଟକ ବଡମେଡିକାଲକୁ ସ୍ଥାନାନ୍ତ କରାଯାଇଛି ।
ତେବେ ପୁଲିସର ଏନକାଉଣ୍ଟର ବେଳେ ବବଲୁ ମଧ୍ୟ ପୁଲିସ ଉପରକୁ ଗୁଳି ମାଡ କରିଥିଲା । ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଚୌଦ୍ୱାର ତେଲେଙ୍ଗା ସାହି ନିକଟ ଏକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରୁଥିବା ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା ପୁଲିସ ।
ତେବେ ପୁଲିସ ଓ ଡକାୟତଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଗ୍ୟାଙ୍ଗ ଲିଡର ବବଲୁ ପାୱା ଚମ୍ପଟ ମାରିଥିଲା । ତେବେ ବବଲୁ ବାରଙ୍ଗ ଅଂଚଳରେ ଲୁଚିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାତି ଅଧିଆ ଚଢାଉ କରିଥିଲେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/ENCOUNTER.jpg)