ଆଉ ମନଇଚ୍ଛା ଛୁଟି ନେଇପାରିବେ ନାହିଁ ସରକାରୀ କର୍ମଚାରୀ ! ନିୟମରେ ପରିବର୍ତ୍ତନ କରୁଛନ୍ତି ସରକାର, କଡ଼ାକଡ଼ି ହେବ ନୂତନ ବ୍ୟବସ୍ଥା

64

ସରକାରୀ କର୍ମଚାରୀମାନେ ଆଉ ମନଇଚ୍ଛା ଛୁଟି ନେଇପାରିବେ ନାହିଁ । ସରକାରୀ ବିଭାଗର ଛୁଟି ବ୍ୟବସ୍ଥା ଉପରେ ପରିବର୍ତ୍ତନ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଚଳିତ ବର୍ଷ ନୁହେଁ ଆଗାମୀ ବର୍ଷରୁ ଏହି ନୂତନ ଛୁଟି ବ୍ୟବସ୍ଥା ଲାଗୁ ହେବ ବୋଲି ଆଶାକରାଯାଉଛି । ନୂଅତ ବ୍ୟବସ୍ଥା ଅନୁସାରେ ସରକାରୀ କର୍ମଚାରୀ ମାନେ ଛୁଟି ନେବା ପାଇଁ ବିଭାଗୀୟ ମୁଖ୍ୟଙ୍କ ଠାରେ ଅନଲାଇନ୍ ଆବେଦନ କରିବା ପାଇଁ ପଡ଼ିବ । କାଗଜରେ ଦିଆଯାଇଥିବା ଆବେଦନ ପତ୍ର ସ୍ୱୀକାର କରାଯିବ ନାହିଁ । ସରକାରୀ ନିର୍ଦ୍ଦେଶ ଅନୁସାରେ ଏଥିପାଇଁ ଏକ ସପ୍ଟୱେର ବିକଶିତ କରାଯିବ । ଯାହା ଜରିଆରେ ବିଭାଗର ତୃତୀୟ ଶ୍ରେଣୀର କର୍ମଚାରୀ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀମାନେ ଛୁଟି ପାଇଁ ଆବେଦନ କରିପାରିବେ । ତେବେ ଏହି ନିୟମ କେବଳ ବିହାର ପାଇଁ କରାଯାଉଛି । ଆଇଟି ସୂତ୍ର ଅନୁସାରେ ସରକାରୀ ନିର୍ଦ୍ଦେଶ ଅନୁସାରେ ଅନ୍ୟ ରାଜ୍ୟର ଛୁଟିକୁ ଆକଳନ କରିବା ପରେ ଏ ବ୍ୟବସ୍ଥା ଲାଗୁ ହେବ ।

ୟୁପି, ବଙ୍ଗଳା, ଛାଡ଼ଖଣ୍ଡ ପରି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଯେଉଁ ପ୍ରକାରେ ଛୁଟି ମିଳୁଛି ସେଇ ଅନୁସାରେ ସପ୍ଟୱେର ବିକଶିତ କରାଯିବ । ଆଉ ସେହି ଅନୁସାରେ ହିଁ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ । ଉକ୍ତ ସପ୍ଟୱେରରେ କର୍ମଚାରୀ ଓ ପଦାଧୀକାରୀଙ୍କ ପାଇଁ ଅନେକ ପ୍ରକାର ବିଳକଳ୍ପ ରହିବ । ବିଭାଗର ନାମ କ’ଣ ଓ ଛୁଟି ନେବାର କାଣର ଆଦି ଜାଣିବା ପରେ ଛୁଟି ପାଇଁ ଅନୁମିତି ମଳିବ । ଛୁଟି ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏବେ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ସରକାରୀ କର୍ମଚାରୀମାନେ କାଗଜରେ ଛୁଟି ପାଇଁ ଆବେଦନ କରୁଥିଲେ । ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଛୁଟର ଅନଲାଇନ୍ ରେକର୍ଡ଼ ରହିବ । ଆଉ ଏଥିରୁ ଜଣାପଡ଼ିବ କେଉଁ କର୍ମଚାରୀ କେତେ ଛୁଟି ନେଉଛନ୍ତି । ସୂତ୍ର ଅନୁସାରେ ଆଗାମୀ ବର୍ଷ ଜାନୁୟାରୀ ମାସରୁ ଏହି ବ୍ୟବସ୍ଥା ଲାଗୁ କରାଯିବ ।