ସାରା ଦୁନିଆକୁ ଗ୍ରାସିଲାଣି ବିଶ୍ୱ ତାପମାନ : ଆଣ୍ଟାର୍କଟିକାରୁ ବିଲୁପ୍ତ ହେବା ଉପରେ ପେଙ୍ଗୁଇନ୍ ବଂଶ

307

କନକ ବ୍ୟୁରୋ : ଜୀବ ଜଗତ ଉପରେ ଘନେଇ ଆସୁଛି ବିପଦ । ବର୍ଷ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ। ପ୍ରଭାବରେ ଆଣ୍ଟାର୍କଟିକାରେ ଥିବା ହିମ ପାହାଡ଼ ତରଳିବାରେ ଲାଗିଛି  ।  ଲଗାତାର ତାପାମାତ୍ରା ବୃଦ୍ଧି ପାଉଥିବାରୁ ୨୧୦୦ ମସିହା ସୁଦ୍ଧା ଏମ୍ପରର ପେଙ୍ଗୁଇନ୍ ବଂଶ ଲୋପ ପାଇଯିବାର ଅନେକ ସମ୍ଭାବନା ରହିଛି । ସୂଚନା ଅନୁସାରେ ଏଠାରେ ବାସ କରୁଥିବା ୮୬ ପ୍ରତିଶତ ଏମ୍ପରର ପେଙ୍ଗୁଇନ୍ ଲୋପ ପାଇଯିବ ବୋଲି କୁହାଯାଉଛି । ।

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ ଏମ୍ପରର ପେଙ୍ଗୁଇନ୍ ନିଜର ସସ୍ତ ପ୍ରଜାତି ମଧ୍ୟରୁ ସବୁଠାରୁ ଲମ୍ବା ଓ ଓଜନଦାର ପକ୍ଷୀ । ଜୀବନଯାପନ ପାଇଁ ଏମାନେ ସମୁଦ୍ର ଉପରେ ନିର୍ଭରଶୀଳ । ଆରାମ କରିବା ପାଇଁ ବରଫ ଟୁକୁଡ଼ା ଉପଯୋଗ କରନ୍ତି ଏହି ପ୍ରଜାତି । ହେଲେ ଆଣ୍ଟର୍କଟିକାରେ ବରଫ ତରଳିବା ପରେ ଏମ୍ପରର ପେଙ୍ଗୁଇନ୍ ସଂଖ୍ୟା ବୃଦ୍ଧି ହେବାର ଦେଖାଯାଉ ନାହିଁ । ଗତ ୩୭ ବର୍ଷ ମଧ୍ୟରେ ଆଣ୍ଟାର୍କଟିକାରେ ଥିବା ପେଙ୍ଗୁଇନ୍ ବସତି ପରିସୀମା ୮୮ ପ୍ରତିଶତ ସଙ୍କୁଚିତ ହୋଇଛି। ହିମ ପାହାଡ଼ ତରଳିବା ଯୋଗୁ ପେଙ୍ଗୁଇନ୍ ବସତି ଅଧିକ ପ୍ରଭାବିତ ହୋଇଛି ବୋଲି ଅଧ୍ୟୟନକର୍ତ୍ତା କହିଛନ୍ତି।