ଭାଙ୍ଗିବ ତେଲେଙ୍ଗାନା ବିଧାନସଭା : କ୍ୟାବିନେଟ ବୈଠକରେ ବଡ ନିଷ୍ପତି,ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ

21

କନକ ବ୍ୟୁରୋ : ସମୟ ପୂର୍ବରୁ ଭାଙ୍ଗିବ ତେଲେଙ୍ଗାନା ବିଧାନସଭା । ଆଉ କିଛି ସମୟ ପରେ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରିପାରନ୍ତିି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ରାଜଭବନ ଯାଇ ତେଲେଙ୍ଗାନା ରାଜ୍ୟପାଳ ଇଏସଏଲ ନରସିଂମାଙ୍କୁ ଭେଟି କ୍ୟାବିନେଟର ନିଷ୍ପତିକୁ ଜଣାଇଛନ୍ତି । ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ବିଧାନସଭା ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି। ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକାଳ ପୁରିବାକୁ ଆହୁରି ୯ ମାସ ବାକି ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଶକର ରାଓ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରି ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ରାସ୍ତା ପରିସ୍କାର କରିଛନ୍ତି ।

ଆଜି ସକାଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଶର ରାଓଙ୍କ ଅଧ୍ୟକ୍ଷତାରେ ତେଲେଙ୍ଗାନା ରାଜ୍ୟ ସରକାରଙ୍କ କ୍ୟାବେିନେଟ୍‌ ବୈଠକ ବସିଥିଲା । ବୈଠକରେ ବିଧାନସଭା ଭଙ୍ଗ କରିବା ପାଇଁ ସଙ୍କଳ୍ପ ଗୃହୀତ ହୋଇଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜଭବନ ଯାଇ ରାଜ୍ୟପାଳ ଇଏସଏଲ ନରସିମ୍‌ହାଙ୍କୁ ଭେଟି ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରିଛନ୍ତି  ।

ସୂଚନାଯୋଗ୍ୟ ଯେ କଂଗ୍ରେସ ଆଗୁଆ ବିଧାନସଭା ନିବାଚନ କରିବାକୁ ବିରୋଧ କରୁଛି । କଂଗ୍ରେସ ପକ୍ଷରୁ କୁହାଯାଇଛିି ଯେ ଯଦି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରନ୍ତି, ତେବେ ଏହାର ପ୍ରତିବାଦରେ କଂଗ୍ରେସ ଦଳ କୋର୍ଟର ଦ୍ୱାରସ୍ଥ ହେବ।