କନକ ବ୍ୟୁରୋ : ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ । ତାଳଚେର ଅଂଚଳରେ କିଛି ଦିନ ହେଲା ଏହି ଦନ୍ତା ଉତ୍ପାତ କରିବା ସହ ୬ ଜଣଙ୍କ ଜୀବନ ନେଇଥିଲା । ଆଉ ହାତୀକୁ ଧରିବା ପାଇଁ ବନବିଭାଗକୁ ନାକେଦମ ହେବାକୁ ପଡିଥିଲା । ତିନଦିନ ପରେ ବନବିଭାଗ ଓ ଟ୍ରାଙ୍କୁଲାଇଜ ଟିମର ମିଳିତ ଉଦ୍ୟମରେ ଦନ୍ତାହାତୀକୁ କାବୁ କରାଯାଇଥିଲା । କାବୁ ପରେ କପିଳାସ ଚିଡିଆଖାନାକୁ ସ୍ଥାନାନ୍ତର ନେଇ ଉଦ୍ୟମ ଚଳାଇଥିଲା ।
କିନ୍ତୁ ତାଳଚେରରୁ ଦନ୍ତା ସ୍ଥାନାନ୍ତର ହୋଇପାରିନାହିଁ । ଗତକାଲି କପିଳାସ ଚିଡିଆଖାନାକୁ ସ୍ଥାନାନ୍ତର ପାଇଁ ଟ୍ରକରେ ଲୋଡ ହୋଇସାରିଥିଲା । କିନ୍ତୁ ଦନ୍ତା ଟ୍ରକଟିକୁ ଭାଙ୍ଗିଦେବାରୁ ନରହାନ୍ତ ଦନ୍ତାକୁ ତଳକୁ ଓହ୍ଲାଇଦିଆଯାଇଥିଲା । ଆଜି ପୁଣି ହାତୀକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରିବ ବନବିଭାଗ । ଗତକାଲି ତାଳଚେର ବନାଂଚଳ ଜଗନ୍ନାଥ କୋଇଲା ଖଣି ନିକଟ ଏକ ସଂରକ୍ଷିତ ଜଙ୍ଗଲରୁ ଏହି ନରହନ୍ତା ଦନ୍ତାକୁ କାବୁ କରିଥିଲା ଟ୍ରାଙ୍କୁଲାଇଜ ଟିମ୍ ଓ ବନବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/ELE.jpg)