ସୁନ୍ଦରଗଡରେ ଗାଁ ମୁହାଁ ହାତୀ ପଲ ! ଘର ଦ୍ୱାର ଭାଙ୍ଗିବା ସହ କରୁଛନ୍ତି ଫସଲ ନଷ୍ଟ

55

କନକ ବ୍ୟୁରୋ : ସୁନ୍ଦରଗଡରେ ହାତୀ ଆତ ଜିଲ୍ଲା ହେମଗିରି ବ୍ଳକ କନିକା ରେଂଜ ଅଂଚଳରେ ଦେଖିବାକୁ ମିଳିଛି ହାତୀପଲଙ୍କ ଉତ୍ପାତ । ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି ହାତୀପଲ । ଗତ ୨ ମାସ ହେବ ହାତୀପଲ ଧାନ ଚାଉଳ ସହ ଫସଲ ନଷ୍ଟ କରିଚାଲିଛନ୍ତି । ବିଶେଷ କରି ରାତି ସମୟରେ ହାତୀ ପଲ ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ।

ଫଳରେ ହାତୀଙ୍କୁ ଘୋଉଡାଇବା ପାଇଁ ଗାଁ ଲୋକେ ରାତି ଅଧରେ ନିଆଁ ଜାଳି ଜଗି ରହୁଛନ୍ତି । ଖାଲି ଗାଁଲୋକେ ନୁହେଁ, ବନବିଭାଗ ମଧ୍ୟ ହାତୀ ଘଉଡାଇବାରେ ବିଫଳ ହୋଇଛି । ତେବେ ଝାରସୁଗୁଡା ଓ ସୁନ୍ଦରଗଡ ବନଖଣ୍ଡ ପକ୍ଷରୁ ହାତୀଙ୍କୁ ଘଉଡାଇବା ପାଇଁ ମିଳିତ ଉଦ୍ୟମ ଜାରି ରହିଛି । ହାତୀ ଘଉଡାଇବାରେ ୨ଟି ଟିମ୍ ଯନ୍ତ୍ରପାତି ସାହାଯ୍ୟରେ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା କହିଛନ୍ତି ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ।