କନକ ବ୍ୟୁରୋ : ସୁନ୍ଦରଗଡରେ ହାତୀ ଆତ ଜିଲ୍ଲା ହେମଗିରି ବ୍ଳକ କନିକା ରେଂଜ ଅଂଚଳରେ ଦେଖିବାକୁ ମିଳିଛି ହାତୀପଲଙ୍କ ଉତ୍ପାତ । ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି ହାତୀପଲ । ଗତ ୨ ମାସ ହେବ ହାତୀପଲ ଧାନ ଚାଉଳ ସହ ଫସଲ ନଷ୍ଟ କରିଚାଲିଛନ୍ତି । ବିଶେଷ କରି ରାତି ସମୟରେ ହାତୀ ପଲ ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗି ଦେଉଛନ୍ତି ।
ଫଳରେ ହାତୀଙ୍କୁ ଘୋଉଡାଇବା ପାଇଁ ଗାଁ ଲୋକେ ରାତି ଅଧରେ ନିଆଁ ଜାଳି ଜଗି ରହୁଛନ୍ତି । ଖାଲି ଗାଁଲୋକେ ନୁହେଁ, ବନବିଭାଗ ମଧ୍ୟ ହାତୀ ଘଉଡାଇବାରେ ବିଫଳ ହୋଇଛି । ତେବେ ଝାରସୁଗୁଡା ଓ ସୁନ୍ଦରଗଡ ବନଖଣ୍ଡ ପକ୍ଷରୁ ହାତୀଙ୍କୁ ଘଉଡାଇବା ପାଇଁ ମିଳିତ ଉଦ୍ୟମ ଜାରି ରହିଛି । ହାତୀ ଘଉଡାଇବାରେ ୨ଟି ଟିମ୍ ଯନ୍ତ୍ରପାତି ସାହାଯ୍ୟରେ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା କହିଛନ୍ତି ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-04-17h38m00s370.png)