ଡ୍ରୋନ କ୍ୟାମେରା ସାହାଯ୍ୟରେ ଖୋଜାଯାଉଛି ହାତୀ : ଯାଜପୁରରେ ହାତୀ ଉପଦ୍ରବକୁ ନେଇ ତାତିଲେ ଲୋକେ,ଦାନଗଦି ମେଡିକାଲ ସମ୍ମୁଖରେ ରାସ୍ତାରୋକ
କନକ ବ୍ୟୁରୋ : ଯାଜପୁରରେ ହାତୀ ଉପଦ୍ରବ ପରେ ତାତିଲେ ଲୋକେ । ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀକୁ ଖୋଜାଯାଉଛି । ହାତୀକୁ ଠାବ କଲା ପରେ ନନ୍ଦନକାନନ ଓ ବାରିପଦାରୁ ୨ଟି ଟିମ ଆସି ଟ୍ରାଙ୍କୁଲାଇଜର କରାଯିବ ବୋଲି ଯାଜପୁର ରୋଡ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି । ୭ ଦିନ ଭିତରେ ୩ ଜଣଙ୍କୁ ହାତୀ ମାରିସାରିଥିବା ବେଳେ ଗତକାଲି ରାତିରେ ଆଉ ଜଣେ ୧୫ ବର୍ଷର ପିଲାକୁ ହାତୀ ମାରିଛି । ୧୫ ବର୍ଷ ନାବାଳକର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ହାତୀ ଘଉଡାଇବା, ଓ ଧନଜୀବନ ସୁରକ୍ଷା ଦାବିରେ ମିଲଟାରୀ ଛକ ଓ ମାନପୁର ଓଭରବ୍ରିଜ ନିକଟରେ ଉତ୍ୟକ୍ତ ହୋଇ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ହାତୀ ଆକ୍ରମଣରେ ମଠ ସାହିରେ ଆଉ ଏକ ବୃଦ୍ଧ ଦମ୍ପତି ଆହତ ହୋଇଥିବା ଜଣାପଡିଛି । ଆହତ ବୃଦ୍ଧ ଯୋଗେଶ୍ୱର ଦାସଙ୍କୁ ଦାନଗଦୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ସେପଟେ ବନବିଭାଗ ଦ୍ୱାରା ହାତୀ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି । ସ୍ଥାନୀୟ ଲୋକ ହାତୀ ଆକ୍ରମଣ ଭୟରେ ଆତଙ୍କିତ ହୋଇପଡିଛନ୍ତି । ରାତି ସାରା ନିଆଁ ଜାଳି ହାତୀ ଘଉଡାଉଛନ୍ତି । ଏପରିକି ପିଲାମାନେ ସ୍କୁଲ ମଧ୍ୟ ଡରିକି ଯାଉନାହାନ୍ତି ।