କନକ ବ୍ୟୁରୋ : ଅନୁଗୁଳ ତାଳଚେର ସ୍ଥିତ ଷଣ୍ଢଗାଁରେ ଦନ୍ତା ହାତୀର ଆକ୍ରମଣ । ହାତୀ ଆକ୍ରମଣରେ ଗଲା ୫ ଜୀବନ । ଶୋଇଥିବା ବେଳେ ଦଳିଦେଲା ଦନ୍ତା ହାତୀ । ଗୋଟିଏ ପରିବାରର ୪ ଜଣ ମୃତ । ସନ୍ତପଡାରୁ ଜଣେ ବୃଦ୍ଧଙ୍କୁ କଚାଡି ମାରିଛି ଦନ୍ତା ହାତୀ । ବିଳମ୍ୱତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳ ପଶି ଆସିଥିଲା ଏହାପରେ ଘରର ୪ ଜଣଙ୍କୁ ଦଳି ଦେଇଥିଲା ।
/kanak/media/post_attachments/wp-content/uploads/2017/12/elephant-1-300x180.jpg)
ମୃତକ ୪ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ନାବାଳିକା । ସେହିପରି ତାଳଚେର ସନ୍ଥପଡାର ଜଣେ ବୃଦ୍ଧଙ୍କୁ କଚାଡି ମାରିଥିଲା । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଁଚି ହାତୀ ଘଉଡାଇବା କାମ ଆରମ୍ଭ କରିଛନ୍ତି । ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ଶବ ପଠେଇ ଦେଇଛି ।