ଆଠଗଡ ଖୁଣ୍ଟୁୁଣି ବନାଂଚଳରେ ହାତୀ ଉପଦ୍ରବ : ରାସ୍ତା ଉପରେ ଦଳ ଦଳ ହୋଇ ବୁଲୁଛନ୍ତି ଗଜରାଜ

ସ୍ଥାନୀୟ ଅଂଚଳ ଲୋକେ ଆତଙ୍କିତ

59

କନକ ବ୍ୟୁରୋ : ରାସ୍ତା ଉପରେ ଗଜରାଜ । ଆଠଗଡରେ ହାତୀ ଉପଦ୍ରବ । ଆଠଗଡ ଖୁଂଟୁଣୀ ବନାଂଚଳରେ ଲାଗି ରହିଛି ହାତୀ ମାନଙ୍କ ଉପଦ୍ରବ । ଦଳ ଦଳ ହୋଇ ହାତୀମାନେ ଜଙ୍ଗଲ ମଧ୍ୟରୁ ଆସି ରାସ୍ତା ଉପରେ ବୁଲୁଥିବାର ଦେଖିବାକୁ ମିଳିଛି । ଏହି ହାତୀ ପଲରେ ଦନ୍ତା ହାତୀ ସହ ମାଇ ହାତୀ ଓ ଛୁଆ ହାତୀ ମଧ୍ୟ ରହିଛନ୍ତି । ହାତୀ ଗୁଡିକ ଯେଉଁ ରାସ୍ତା ଦେଇ ଯାଉଛନ୍ତି ତା ଠାରୁ ମାତ୍ର କିଛି ଦୂରରେ ବିଦ୍ୟୁତ୍ ତାର ରହିଛି । ଫଳରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଛି । ଖୁଂଟୁଣୀ ବନାଂଚଳର ରାଧାକିଶୋରପୁର, ଗୁରୁଡିଝାଟିଆ, ଓରନ୍ଦା, ବାଳି, ସାରକୋଳି, ନୂଆପାଟଣା ଅଂଚଳରେ ହାତୀମାନେ ଉତ୍ପାତ ଚଳାଇଛନ୍ତି । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସେପଟେ ବରତୁଣ୍ଡାରେ ହାତୀ ଆତଙ୍କ । ୬ଘଣ୍ଟା ଧରି ରାସ୍ତାରୋକ କଲେ ଲୋକେ । ଆ˚ଚଳିକ କୃଷକ ମହାସ˚ଘ ମାଣ୍ତୋସିଲ ତରଫରୁ ବୁଧବାର ପାଇକମାଲ-ନୂଆପଡ଼ା ରାସ୍ତା ବରତୁଣ୍ତା ଠାରେ ସକାଳ ୮ଟାରୁ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ଏଥିରେ ବରତୁଣ୍ତା, ମାଣ୍ତୋସିଲ, ଜାମସେଠ, ଝାରବନ୍ଧ, ଛିନ୍ଦେଇକେଲା, ମିଠାପାଲି, କା˚ସଡା, ଝିଟିକି ପ˚ଚାୟତର ଚାଷୀ ମାନେ ସାମିଲ ଥିଲେ । ମୁଖ୍ୟତଃ ହାତୀ ଘଉଡାଇବା ପାଇଁ ମିଳିତ ସ୍କ୍ବାର୍ଡ ଗଠନ, ଜଙ୍ଗଲ ପାଖ ଗ୍ରାମ ଗୁଡିକରେ ସୋଲାର ଲାଇଟ ବ୍ୟବସ୍ଥା, ମରୁଡିର ସ୍ଥାୟୀ ପ୍ରତିକାର, ହାତୀ ଓ ବରାହ ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଧିକ ସହାୟତା ପାଇଁ ଦାବି ହୋଇଥିଲା ।