କନକ ବ୍ୟୁରୋ : ପୁଣି ଲେଉଟିଲେ ହାତୀ ପଲ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଂଜ ପତଳା ନିକଟରେ ହାତୀପଲ ରାସ୍ତା ଅବରୋଧ କରିଛନ୍ତି । ୨୨ଟି ହାତୀ ଥିବା ପଲରେ ୭ଟି ଛୁଆ ହାତୀ ମଧ୍ୟ ରହିଛନ୍ତିି । ହାତୀପଲ ରାସ୍ତା ପାରି ହେଉଥିବା ବେଳେ ରାସ୍ତାର ଦୁଇ ପାଖରେ ବହୁ ଗାଡ଼ି ଅଟକି ରହିଥିଲା । ଗତକାଲି ଏହି ହାତୀପଲ ଝାଡ଼ଖଣ୍ଡରୁ ମୟୁରଭଞ୍ଜ ଦେଇ ଚମ୍ପଆର ସରେଇ ଗ୍ରାମରେ ପ୍ରବେଶ କରିଥିଲେ । ଏବଂ ରଜିଆ ଜଙ୍ଗଲରେ ରାତି ରହିଥିଲେ । ଆଉ ଏବେ ହାତୀପଲ ଟୁଣଟୁଣା, ଶଶାଂଗ ଦେଇ ପତଳା ଜଂଗଲକୁ ପଳାଇ ଯାଇଛନ୍ତି । ତେବେ ହାତୀ ଫସଲ ନଷ୍ଟ କରିବା ଭୟରେ ପରିବା ଚାଷୀମାନେ ଆଶଂକାରେ ଅଛନ୍ତି । ସେପଟେ ହାତୀ ପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।
ସୂଚନାଯୋଗ୍ୟ ୫ରୁ ୬ ମାସ ପୂର୍ବରୁ ଏହି ଅଂଚଳରେ ଲାଗିରହିଥିଲା ହାତୀଙ୍କ ଉପଦ୍ରବ । ତେବେ କିଛି ଦିନ ଥମିଯିବା ପରେ ପୁଣି ମାଡ଼ି ଆସିଛନ୍ତି ହାତୀ । ଆଜି ସକାଳୁ ସକାଳୁ ଜଣଙ୍କର ଘର ମଧ୍ୟ ଭାଙ୍ଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-05-at-9.17.59-AM.png)