କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ : ଫସଲ ନଷ୍ଟ କଲେ, ଘର ଭାଙ୍ଗିଲେ

251

କନକ ବ୍ୟୁରୋ : ପୁଣି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ଗୋଟିଏ ହାତୀପଲ କରଞ୍ଜିଆ ଉପଖଣ୍ଡରେ ପଶି ଆସିଛନ୍ତି । ଏଥିରେ ୫୦ରୁ ଅଧିକ ହାତୀ ଥିବା ଜଣାଯାଇଛି । ଏହି ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସାଙ୍ଗକୁ ଘର ଭାଙ୍ଗିବା ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି  ।

ପ୍ରାୟ ୧୫ ଦିନ ହେବ କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି । ଫସଲ ପାକଳ ହୋଇ ରହିଥିବା ବେଳେ ଏଯାଏଁ ଅମଳ ହୋଇନାହିଁ । ହାତୀପଲ ବିଲ ଭିତରେ ପଶି ଫସଲ ନଷ୍ଟ କରୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି । ହାତୀପଲ ଏହି ଅଞ୍ଚଳରେ ବହୁ ପରିମାଣରେ ଧାନ ନଷ୍ଟ ହୋଇଥିବାର ସୂଚନା ମିଳିଛି । ଏହାକୁ ନେଇ ଚିନ୍ତାରେ ଅଛନ୍ତି ଗ୍ରାମବାସୀ ।

ବାରମ୍ବାର ବନ ବିଭାଗକୁ ଏନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣେ ବନ୍ୟ ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବା ଲାଗି ପ୍ରୟାସ ଚାଲିଥିବା କୁହାଯାଉଛି ।