କନକ ବ୍ୟୁରୋ : ମାତିଛନ୍ତି ଗଜରାଜ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ହାତୀ ଉପଦ୍ରବ । ଦିଗପହଣ୍ଡି ବନାଚଂଳ ଆଡ଼ତଡ଼ା ଗାଁକୁ ଆଜି ଏକ ହାତୀପଲ ପଶିଆସିଛି । ଫଳରେ ଗାଁ ଭିତରେ ଭୟଭୀତ ହୋଇପଡ଼ିଛନ୍ତି । ଲୋକମାନେ ଭୟରେ ବାହାରକୁ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି । ହାତୀପଲ ଏବେ ବି ଗାଁରେ ରହିଛି । ତେବେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହାତୀଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ସେମାନଂକୁ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛି ବନ ବିଭାଗ ।
ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଅଂଚଳରେ ୬ଟି ହାତରେ ମାତିଛନ୍ତି , ଆଉ ହାତୀ ପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଦିଗପହଣ୍ଡି ରେଞ୍ଜରଙ୍କ ସମେତ ଆଠ ଜଣ ଫରେଷ୍ଟର ସମେଜ ଆଉ ୨୬ ଜଣ କର୍ମଚାରୀ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିର ଆଡତଡା ଗାଁକୁ ପଳାଇ ଆସିଥିଲେ । ଆଡ଼ପଡ଼ା ଗାଁର ଏକ ଆମ୍ବତୋଟା ନିକଟରେ ହାତୀପଲ ରହିଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/elephant.jpg)
/kanak/media/post_attachments/wp-content/uploads/2018/05/1-44.jpg)