କେନ୍ଦୁଝର ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଉପଦ୍ରବ ! ଧାନ ଫସଲ ଖାଇବା ସହ ପନିପରିବା ନଷ୍ଟ

43

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୨୩ଟି ହାତୀଙ୍କ ଉପଦ୍ରବ । ଚମକପୁର ଅଂଚଳରେ ହାତୀ ପଲ ଧାନ ଫସଲ ଖାଇବା ସହ ପନିପରିବା ନଷ୍ଟ କରୁଛନ୍ତି । ହାତୀ ପଲରେ ୬ଟି ଦନ୍ତା ଓ ୬ଟି ଛୁଆ ହାତୀ ଅଛନ୍ତି । ପୂର୍ବରୁ ହାତୀପଲ ମୁରୁସୁଆଁ ଅଂଚଳରେ ଥିବା ବେଳେ ଏବେ ଚମକପୁର ଅଂଚଳରେ ଅଛନ୍ତି । ହାତୀପଲଂକ ଭୟରେ ଲୋକେ ଆତଂକିତ ହୋଇପଡ଼ିଛନ୍ତି । ହାତୀପଲଂକୁ ଘଉଡ଼ାଇବାକୁ ବନ ବିଭାଗ ଚେଷ୍ଟା ଚଳାଇଛି । ଏହି କାମରେ ୪ଟି ଗାଡ଼ି ସହ ୨୬ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ମଧ୍ୟ ହାତୀ ଉପଦ୍ରବ । ଦିଗପହଣ୍ଡି ବନାଚଂଳ ଆଡ଼ତଡ଼ା ଗାଁକୁ ହାତୀପଲ ପଶିଆସିଛି । ଫଳରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲୋକମାନେ ଭୟରେ ବାହାରକୁ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହାତୀଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ସେମାନଂକୁ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛି ବନ ବିଭାଗ ।

ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଅଂଚଳରେ ୬ଟି ହାତରେ ମାତିଛନ୍ତି , ଆଉ ହାତୀ ପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଦିଗପହଣ୍ଡି ରେଞ୍ଜରଙ୍କ ସମେତ ଆଠ ଜଣ ଫରେଷ୍ଟର ସମେଜ ଆଉ ୨୬ ଜଣ କର୍ମଚାରୀ ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିର ଆଡତଡା ଗାଁକୁ ପଳାଇ ଆସିଥିଲେ । ଆଡ଼ପଡ଼ା ଗାଁର ଏକ ଆମ୍ବତୋଟା ନିକଟରେ ହାତୀପଲ ରହିଯାଇଛନ୍ତି ।