କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦୁଇଟି ସ୍ଥାନରେ ଦୁଇ ଜଣଙ୍କ ଜୀବନ ଯାଇଛି । ଢେଙ୍କାନାଳ ଜିଲ୍ଲାର ଚାଉଳିଆ ଓ ଦାମୋଦର ନାଳିରେ ହାତୀ ଆକ୍ରମଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସେପଟେ ରସାସିଂ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ହାତୀ ପଲଙ୍କୁ ଦେଖିବାକୁ ମିଳିଛି । ସେଠାରେ ସେମାନେ ହାତୀ ଓଗାଳିଛନ୍ତି । ଏ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କିତ ହୋଇ ପଡିଛନ୍ତି ଲୋକେ ।
ମିଳିଥିବା ସୂଚନା ଅନୁଯାୟୀ, ସଦର ବ୍ଲକ୍ ଚାଉଳିଆ ଖମାର ଗାଁର ଅଚ୍ୟୁତ ରାଉତ ଆଜି ଭୋରରୁ ବାଇଗଣ ତୋଳିବା ପାଇଁ ତାଙ୍କ ବାଇଗଣ କିଆରିକୁ ଯାଇଥିବା ବେଳେ ହାତୀ ପଲଙ୍କ ହାବୁଡ଼ରେ ପଡ଼ିଥିଲେ । ହାତୀ ପଲ ଶ୍ରୀ ରାଉତଙ୍କୁ ଟାଣି ନେଇ ତାଙ୍କ ମୁଣ୍ଡ ଉପରେ ପାଦ ଦେଇ ଦଳି ଦେଇଛି । ସେହିପରି ଦାମୋଦର ନାଳିର ନିରଞ୍ଜନ ମହାନ୍ତି(୭୨ ବର୍ଷ) ଶୌଚ ହେବା ପାଇଁ ସାଗରମଲକ୍ଲ ଫାର୍ମ ପଛପଟକୁ ଯାଇଥିବା ବେଳେ ହାତୀ ପଲ ତାଙ୍କ ମଧ୍ୟ ଦଳି ଦେଇଛନ୍ତି । ଉଭୟ ମୃତଦେହ ଉଦ୍ଧାର କରାଯାଇ ଡାକ୍ତରଖାନାରେ ବ୍ୟବଛେଦ ପାଇଁ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/1-33.jpg)