ଝାରସୁଗୁଡ଼ା: ରେଲୱେ ଫାଟକ ନିକଟରେ ଗାତରେ ପଡି ଓ ବିଦ୍ୟୁତ ଆଘାତରେ ୨ଟି ହାତୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ରେଲୱେ ଫାଟକ ନିକଟରେ ଗାତରେ ପଡି ଓ ବିଦ୍ୟୁତ ଆଘାତରେ ୨ଟି ହାତୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ଝାରସୁଗୁଡାରେ ୨ଟି ହାତୀର ମୃତ୍ୟୁ । ଝାରସୁଗୁଡା ଲଇକେରା ତେଲିଡିହି ରେଲୱେ ଫାଟକ ନିକଟରେ ଏକ ଗାତରେ ପଡି ଗୋଟିଏ ଛୋଟ ହାତୀର ମୃତ୍ୟୁ ହୋଇଛି । ଏହା ନିକଟରେ ଆଉ ଏକ ହାତୀର ମଧ୍ୟ ମୃତ୍ୟୁ ହୋଇଛି । ଗୋଟିଏ ୬/୭ ମାସର ହାତୀଛୁଆ ରେଳବାଇ ପକ୍ଷରୁ ଖୋଳାଯାଇଥିବା ଟ୍ରେଞ୍ଚ୍ରେ ପଡ଼ି ମୃତ୍ୟୁବରଣ କରିଥିବା ବେଳେ ଆଉ ଏକ ୧୫/୨୦ ବର୍ଷର ମାଈ ହାତୀ ସେଠାରେ ଯାଇଥିବା ୩୩ କେଭି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛି । ଖବରପାଇ ଡିଏଫଓ ତୁଷାନ୍ତ କୁମାର, ରେଞ୍ଜର ବଟକୃଷ୍ଣ ସେଠୀ, ଲଇକେରା ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe