ଗଞ୍ଜାମ ଦିଗପହଣ୍ଡିରୁ ଆସିଲା ହାତୀ ଆକ୍ରମଣର ଲାଇଭ ଭିଜୁଆଲ ! କ୍ୟାମେରାରେ କଏଦ ହେଲା ଦଳିଦେବାର ଦୃଶ୍ୟ

26

କନକ ବ୍ୟୁରୋ : ହାତୀ ଆକ୍ରମଣର ଲାଇଭ ଭିଜୁଆଲ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ କିଭଳି ଜଣେ ବ୍ୟକ୍ତିକୁ ହାତୀ ଦଳିଦେବାଛି ତାର ଲାଇଭ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ହାତୀ ଦଳିଦେବା ପରେ ରଘୁନାଥ ମଲ୍ଲିକ ଗୁରୁତର ଅଛନ୍ତି । ଗୁରୁତର ଭାବେ ତାଙ୍କୁ ମେଡିକାଲେ ଭର୍ତ୍ତି କରାଯାଇଛି । ହାତୀ ଦେଖିବାକୁ ଆସିଥିବା ବେଳେ ତାଙ୍କୁ ଗୋଡାଇ ଦଳିଦେଇଥିଲା ହାତୀ । ଦିଗପହଣ୍ଡି ବନାଚଂଳ ଆଡ଼ପଡ଼ା ଗାଁକୁ କିଛିଦିନ ହେବ ହାତୀପଲ ପଶିଆସିଛି । ଫଳରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲୋକମାନେ ଭୟରେ ବାହାରକୁ ବାହାରୁନାହାନ୍ତି । ହାତୀଙ୍କ ଗତିବିଧିକୁ ବନବିଭାଗ ଅନୁଧ୍ୟାନ କରିବା ସହ ସେମାନଂକୁ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛି ।

ସେପଟେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୨୩ଟି ହାତୀଙ୍କ ଉପଦ୍ରବ । ଚମକପୁର ଅଂଚଳରେ ହାତୀ ପଲ ଧାନ ଫସଲ ଖାଇବା ସହ ପନିପରିବା ନଷ୍ଟ କରୁଛନ୍ତି । ହାତୀ ପଲରେ ୬ଟି ଦନ୍ତା ଓ ୬ଟି ଛୁଆ ହାତୀ ଅଛନ୍ତି । ପୂର୍ବରୁ ହାତୀପଲ ମୁରୁସୁଆଁ ଅଂଚଳରେ ଥିବା ବେଳେ ଏବେ ଚମକପୁର ଅଂଚଳରେ ଅଛନ୍ତି । ହାତୀପଲଂକ ଭୟରେ ଲୋକେ ଆତଂକିତ ହୋଇପଡ଼ିଛନ୍ତି । ହାତୀପଲଂକୁ ଘଉଡ଼ାଇବାକୁ ବନ ବିଭାଗ ଚେଷ୍ଟା ଚଳାଇଛି । ଏହି କାମରେ ୪ଟି ଗାଡ଼ି ସହ ୨୬ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।