କନକ ବ୍ୟୁରୋ : ମଧ୍ୟରାତି ପର୍ଯ୍ୟନ୍ତ ସବୁ କିଛି ଠିକ୍ଠାକ୍ ଥିଲା । ଲୋକେ ଖାଇ ପିଇ ଶୋଇଥିଲେ। ତଥାକଥିତ ପାଣିପାଗ ବିଶେଷଜ୍ଞମାନେ କେହି କିଛି ନିର୍ଦିଷ୍ଟ ଭାବେ ପୂର୍ବାନୁମାନ କରିନଥିଲେ। ହଠାତ୍ ରାତି ପ୍ରାୟ ସାଢ଼େ ୨ଟା ବେଳକୁ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ପ୍ରାୟ ତିନି ଘଣ୍ଟା ଧରି ହୋଇଥିବା ଏହି କାଳବୈଶାଖୀ ଭୁବନେଶ୍ବରବାସୀଙ୍କ ନିଦ ଭାଙ୍ଗି ଦେଇଥିଲା । ପ୍ରବଳ ବର୍ଷା ହେବାରୁ କାହା ଘରେ ପାଣି ପଶିଥିଲା ତ ଆଉ କାହା ଘର ଉପରେ ଗଛ ଭାଙ୍ଗି ପଡ଼ିଥିଲା ।
ରାଜଧାନୀରେ ଭୋରରୁ ତାଣ୍ଡବ । ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । ଉପୁଡ଼ିଲା ବିଦ୍ୟୁତ୍ ଖୁଣ୍ଟ, ଭାଙ୍ଗିଲା ଗଛ
/kanak/media/post_attachments/wp-content/uploads/2020/05/20-20.jpg)