କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଭରିବେ ନାମାଙ୍କନ । ନିଜର ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିବେ । ସାଙ୍ଗରେ ବିଜେଡିର କିଛି ବିଧାୟକ ଉପସ୍ଥିତ ରହିପାରନ୍ତି । ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ବିଜେପିରୁ ଜୟ ଢୋଲକିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷଦିନ ରହିଛି । ଏହାପରେ ଉପନିର୍ବାଚନ ପାଇଁ ଜମିବ ପ୍ରଚାର ।

Advertisment

ନୂଆପଡ଼ା ଉପନିର୍ବାଚନ ପାଇଁ ତେଜୁଛି ରାଜନୀତି: ମିଶ୍ରଣ ପର୍ବକୁ ନେଇ ଧରୁଛି ଚର୍ଚ୍ଚା

ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡିର ପ୍ରଚାରରେ ଉଠୁଛି ପଡୁଛି ପୂରା ଅଞ୍ଚଳ । ଥାଟ ବାଟ ଧରି ବିଶାଳ ବିଶାଳ ଶୋଭାଯାତ୍ରା କରି ଶକ୍ତି ଦେଖାଉଛନ୍ତି ନେତା । ନୂଆପଡା ଉପନିର୍ବାଚନ ଉପରେ ସାରା ରାଜ୍ୟର ନଜର ଥିବାବେଳେ ଡେରା ପକାଇଛନ୍ତି ନେତା । ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ନୂଆପଡାର ଗାଁ ଗାଁରେ ବୁଲିଲେଣି । ବିଜେପି ୧୫ମାସର ସଫଳତାକୁ ପ୍ରସଙ୍ଗ କରିଥିବାବେଳେ କଂଗ୍ରେସ ଆଇନଶୃଂଖଳାକୁ ପ୍ରସଙ୍ଗ କରିଛି । ବିଜେଡି ମଧ୍ୟ ନୂଆପଡା ପାଇଁ ରଣନୀତି କରୁଛି ।  ଆଗକୁ ନୂଆପଡାକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ତାରକା ପ୍ରଚାରକ ଆସିବାକୁ ଥିବାରୁ, ପ୍ରଚାର ମଇଦାନ ଆହୁରି ସରଗରମ ହେବ ।