ବିହାରରେ ଆଜିଠୁ ପୁଣି ନୀତୀଶ ରାଜ: ବିଜେପିରୁ ଅଧିକ ମନ୍ତ୍ରୀ ହେବା ସମ୍ଭାବନା

୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ ।

3

Nitish Kumar Sworn In as Bihar CM Photograph: (KanakNews)

କନକ ବ୍ୟୁରୋ: ବିହାରରେ ଆଜିଠୁ ପୁଣି ନୀତୀଶ ସରକାର । ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ । ଶପଥ ପାଠ ଉତ୍ସବରେ ୨ଲକ୍ଷରୁ ଅଧିକ ଜନତା ସମାଗମ ହେବାର ରହିଛି । ଚଳିତ ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ କରିଛି । ୧୦ମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀଭାବେ ପୁଣି ଦାୟିତ୍ବ ସମ୍ଭାଳିବେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା । ଉଭୟ ବିଜେପି ଓ ଜେଡିୟୁର ପୃଥକ ପୃଥକ ବିଧାୟକ ଦଳ ବୈଠକରେ ଏମାନଙ୍କ ନାଁରେ ମୋହର ବାଜିଛି ।

ନୀତିଶଙ୍କ ଶପଥ ଗ୍ରହଣ ପାଇଁ ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ନେତାଙ୍କ ସମେତ ୧୫୦ ଅତିଥିଙ୍କ ପାଇଁ ୨ଟି ମଞ୍ଚ ନିର୍ମାଣ କରାଯାଇଛି । ସେମାନଙ୍କ ସ୍ୱାଗତ ପାଇଁ ସମଗ୍ର ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ରାଜଭବନ ତରଫରୁ ସମସ୍ତ ବିଶିଷ୍ଠ ଅତିଥିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଜିର ବ୍ୟବସ୍ଥା କରାଯାଇଛି । ଅତିଥିମାନଙ୍କ ରହିବା ପାଇଁ ପାଟନା ସହରର ବିଭିନ୍ନ ହୋଟେଲରେ ପ୍ରାୟ ୨୬୦ଟି ରୁମ୍ ପୂର୍ବରୁ ବୁକ୍ କରାଯାଇଛି । ଭିଆଇପି ଲାଉଞ୍ଜ, ସୁରକ୍ଷା ବ୍ୟବସ୍ଥା ଏବଂ ସାଧାରଣ ଦର୍ଶକଙ୍କ ବସିବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଗାନ୍ଧୀ ମୈଦାନର ସୁରକ୍ଷା ଦାୟିତ୍ୱ ଏସପିଜି ଦ୍ୱାରା ନିଆଯାଇଛି । ୨,୫୦୦ ରୁ ଅଧିକ ସୁରକ୍ଷାକର୍ମୀ, ୨୫୦ ପୁଲିସ ଅଧିକାରୀ ଏବଂ ୨୫୦ରୁ ଅଧିକ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । ସଭା ସ୍ଥଳ ଚାରିପାଖରେ ଥିବା ଉଚ୍ଚ କୋଠାରେ ସ୍ନାଇପରମାନଙ୍କୁ ମୁତୟନ କରାଯାଇଛି ।

ବାଂଲାଦେଶୀଙ୍କୁ ବିଦା କରିବାକୁ ବିଭିନ୍ନ ଜିଲ୍ଲାରେ ଘନ ଘନ ରେଡ୍; ଜଗତସିଂହପୁରରେ ମାରଣାସ୍ତ୍ର ଜବତ ପରେ ପୁଲିସର ଛାନଭିନ

ନୀତୀଶଙ୍କ ସରକାରରେ କେଉଁ ଦଳ କେତେ ମନ୍ତ୍ରୀ ପଦ ପାଇବେ? ଚଳିତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଏଥର ମନ୍ତ୍ରୀ ପଦ ସଂଖ୍ୟାରେ ବିଜେପି ଆଗରେ ରହିବ, ଅନ୍ୟପଟେ ଜେଡିୟୁ ବିଜେପିଠୁ କମ୍‌ ମନ୍ତ୍ରୀ ପଦ ପାଖରେ ରହିବ । ଚିରାଗଙ୍କ ଦଳ ମଧ୍ୟ ଏଥର କମ୍‌ ସେ କମ୍‌ ୩ ମନ୍ତ୍ରୀଙ୍କୁ ସରକାରରେ ଦେଖିବ । ବିଜେପି ୧୫ରୁ ୧୬, ଜେଡିୟୁ ୧୩ରୁ ୧୪, ଏଲଜେପିକୁ ୩ ମନ୍ତ୍ରୀ, ହାମ ଓ ଆପଏଲଏମରୁ ଜଣେ ଲେଖାଁଏ ମନ୍ତ୍ରୀ ଶପଥ ନେଇପାରନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe