ନିର୍ବାଚନୀ ଭେଳିକି, ଜନତାଙ୍କ ନିକଟରେ ନେତାଙ୍କ ଚାଲାକି ! ଭୋଟ ପାଇଁ ଫୁଟପାଥରେ ଖାଇବା ସହ ଗରିବଙ୍କ ସହ ରାସ୍ତା କଡ଼ରେ ଶୋଇଲେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର

544

କନକ ବ୍ୟୁରୋ : ନିର୍ବାଚନ ସମୟରେ ରାଜନେତାଙ୍କ ଭିନ୍ନ ରୂପ ସବୁ ଦେଖିବାକୁ ମିଳେ । କେବେ ଦେଖା ମିଳୁନଥିବା ନେତାଙ୍କ ମୁହଁ ନିର୍ବାଚନ ସମୟରେ ଦେଖାଯାଏ । ଦିନେ ଦେଖା ମିଳୁଥିବା ନେତା ହଠାତ୍ ପ୍ରାର୍ଥୀ ହୋଇଥିବା ନିର୍ବାଚନ ମଣ୍ଡଳୀରେ ଉଭା ହୋଇଯାଆନ୍ତି । ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ନେତାଙ୍କ ରଙ୍ଗ ଢ଼ଙ୍ଗ ସବୁ ବଦଳିଯାଏ । ପ୍ରତିଶ୍ରୁତିର ସୁଅ ଛୁଟେ । ମଳିମୁଣ୍ଡିଆ ଲୋକ ହଠାତ୍ ଅତି ନିଜର ହୋଇଯାଆନ୍ତି । ନୀଚ୍ଚ କହୁଥିବା ଲୋକଙ୍କୁ ଆପଣାର କରି କୋଳେଇ ନିଅନ୍ତି ନେତା । ହେଲେ ଏ ରଙ୍ଗ ରହିଲେ ହେଲା । ନିର୍ବାଚନୀ ରଙ୍ଗରେ ରଙ୍ଗେଇ ହୋଇ ଏସବୁ କରିପକାନ୍ତି ନେତା । ନିର୍ବାଚନ ଶେଷ ହୋଇଗଲେ ସବୁ ରଙ୍ଗ ଉଡ଼ିଯାଏ । ନିର୍ବାଚନ ପାଖେଇ ଆସିଲେ ଭୋଟ୍ ହାତେଇବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ରାଜନେତା । ଏପରିସ୍ଥଳରେ ବିଜେପିର କୁହାଳିଆ ନେତା ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ କିଛି ଫଟୋ କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିଲା । ଯାହା ଏପରି କିଛି ବୟାନ କରୁଛି ।

ଭୋଟ୍ ପାଇଁ ଫୁଟପାଥରେ ଖାଦ୍ୟ ଖାଇବା ସହି ଫୁଟପାଥରେ ଗରିବଙ୍କ ସହ ଶୋଇଥିବରାର କିଛି ଫଟୋ ଭାଇରାଲ ହୋଇଛି ।  ଆଜିକୁ ୪ରୁ ୫ ଦିନ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ମଧ୍ୟ ଫଟୋ ଗୁଡ଼ିକ ଦେଖିବା ପାଇଁ ମିଳିଥିଲା । ସମ୍ବିତ ପାତ୍ରଙ୍କର ଟିଭିରେ ବିତର୍କ କରୁଥିବାର ଅନେକ ଭିଡ଼ିଓ ଆପଣ ଦେଖିଥିବେ । କଥାରେ ବେଶ୍ ତୀକ୍ଷନ୍ଣ । ବେଶ ଚତୁରତାର ସହ ବିରୋଧୀଙ୍କୁ ଟାର୍ଗେଟ କରି ତର୍କରେ ମୁହଁ ବନ୍ଦ କରିଦିଅନ୍ତି । ତାଙ୍କ ଶାଣିତ ସ୍ୱରରେ ଘାଇଲା ହୋଇଯାଆନ୍ତି ବିରୋଧୀ ।  ହେଲେ ନିର୍ବାଚନ ଆସିଲାପରେ ତାଙ୍କର ସବୁ ଦବଙ୍ଗଗିରି ବନ୍ଦ ହୋଇଯାଇଛି । ସାଧାରଣ ଜନତା ଅଚାନକ୍ ତାଙ୍କ ପାଇଁ ଭଗବାନ୍ ପାଲଟି ଯାଇଛନ୍ତି । କେବେ ଦେଖାଦେଉନଥିବା ଲୋକଙ୍କୁ ଏବେ ସାଇକେଲ ଚଳାଉଥିବାର ଦେଖିବା ପାଇଁ ମିଳୁଛି । ଗୋଟିଏ ନୁହେଁ ସମ୍ବିତ ପାତ୍ରଙ୍କର ବିଭିନ୍ନ ଅନ୍ଦାଜାର ଫଟୋ ଏବେ ବିଭିନ୍ନ ଗଣମାଧ୍ୟମରେ ଦେଖିବା ପାଇଁ ମିଳୁଛି । କେଉଁଠି ମଂଚ ଉପରେ ମଥା ନଇଁ ଜନତାଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରୁଛନ୍ତି । କେତେବେଳେ ଲୋକଙ୍କୁ କୁଣ୍ଢାଇ ପକାଇଲେଣି ଆଉ କେତେ ବେଳେ ସାଧାରଣ ଲୋକଙ୍କ ପାଖରେ ବସି ଖାଇବା ଖାଇଲେଣି ସମ୍ବିତ ପାତ୍ର । ଭୋଟ ପାଇଁ ନେତାଙ୍କ ଏପରି ଅନ୍ଦାଜ କିନ୍ତୁ କମ ଦେଖିବା ପାଇଁ ମିଳେ ।

ସମ୍ବିତ ପାତ୍ରଙ୍କୁ ଏବେ ଧୋବ ଫରଫର ଧୋତି ଓ ଗେରୁଆ ଗାମୁଛାରେ ସାଧାରଣ ଲୋକଙ୍କ ସହ ମିଶିବା ସହ ଗରିବଙ୍କ ଠାରୁ ଖାଇବା ଖାଉଥିବାର ଦେଖିବା ପାଇଁ ମିଳୁଛି  । ତେବେ ଏସବୁ ଦେଖି ବିଭିନ୍ନ ଲୋକେ ବିଭିନ୍ନ କଥା କହୁଛନ୍ତି । ସୋସିଆଲ ମିଡ଼ିଆରେ ଯୁଦ୍ଧସ୍ଥିତି ସୃଷ୍ଟି ହୋଇଯାଇଛି । କିଏ ପସନ୍ଦ କରୁଛି ତ କିଏ ଏହାକୁ ନିର୍ବାଚନ ଭେଳିକି ମଧ୍ୟ କହୁଛି । କେବଳ ନିର୍ବାଚନ ସମୟରେ ନା ନିର୍ବାଚନ ଶେଷ ହୋଇଗଲେ ଏହି ଅନ୍ଦାଜ ଦେଖିବା ପାଇଁ ମିଳିବ ବୋଲି ଅନେକ ପ୍ରଶ୍ନ କରୁଛନ୍ତି ।

ସୂଚନାଯୋଗ୍ୟ ପୁରୀ ଲୋକସଭା କ୍ଷେତ୍ରରୁ ବିଜେପି ତରଫରୁ ସାସଂଦ ପ୍ରାର୍ଥୀ ହୋଇଛନ୍ତି ସମ୍ବିତ ପାତ୍ର । ବିଜେଡ଼ିର ଗଡ଼ ଭାଙ୍ଗିବାକୁ ମାରାଥନ ପ୍ରଚାର କରୁଛନ୍ତି ସମ୍ବିତ ପାତ୍ର । ଦୀର୍ଘ ବର୍ଷ ଧରି ବିଜେଡିର ଗଡ ହୋଇ ରହି ଆସିଥିବା ପୁରୀରେ ବଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରି ବଳକଷୁଛି । ସମ୍ବିତ ପାତ୍ର ମଧ୍ୟ ଅନୁରୂପ ଉଦ୍ୟମ କରୁଛନ୍ତି । ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀରେ ଦେଖିବାକୁ ମିଳିବ ମହାଲଢ଼େଇ । ପୂର୍ବରୁ ପୁରୀ ଲୋକସଭା ଆସନକୁ ଦଖଲ କରିବାକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ରଙ୍କୁ ବାଛିଥିବାବେଳେ ଦୁଇ ଥରର ପୁରୀ ଲୋକସଭା ସାଂସଦ ପୀନାକି ମିଶ୍ରଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ।