କନକ ବ୍ୟୁରୋ : ଶେଷ ହୋଇଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ । ଫଳାଫଳ ଘୋଷଣା ପରେ ଏବେ ସରକାର ଗଢିବା ନେଇ ଆରମ୍ଭ ହୋଇଛି ଉଦ୍ୟମ । ଉତ୍ତରପ୍ରଦେଶର ମୋଟ୍ ୪୦୩ଟି ଆସନରୁ ବିଜେପିକୁ ୩୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ ସପା ଓ କଂଗ୍ରେସକୁ ମିଳିଛି ୫୪ଟି ଆସନ । ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ୧୯ଟି ଆସନ ପାଇଥିବା ବେଳେ ଅନ୍ୟାନ୍ୟ ଦଳ ୫ଟି ଆସନ ପାଇଛି ।

Advertisment

ଉତରାଖଣ୍ଡର ମୋଟ୍ ୭୦ଟି ଆସନରୁ ବିଜେପି ୫୭ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୧ଟି ଆସନ ଏବଂ ଅନ୍ୟାନ୍ୟ ଦଳ ୨ଟି ଆସନ ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିବା ମୁଖ୍ୟମନ୍ତ୍ରୀ ହରିଶ ରାୱତ ପରାଜୟ ହୋଇଛନ୍ତି । ଉତରାଖଣ୍ଡରେ ଅତି ଲଜ୍ଜାଜନକ ପ୍ରଦର୍ଶନ କରିଛି କଂଗ୍ରେସ ।