ପ୍ରଧାନମନ୍ତ୍ରୀଙ୍କ ଭାଷଣ ନେଇ ବିରୋଧୀଙ୍କ ଅଭିଯୋଗ ! ଯାଂଚ କମିଟି ଗଠନ କଲେ ନିର୍ବାଚନ କମିଶନ, ମାଗିଲେ ଭାଷଣର କପି

297

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ତେଜିଲା ରାଜନୀତି । ମୋଦିଙ୍କ ଉଦବୋଧନର ନେଇ ବିରୋଧୀମାନେ ଆପତ୍ତି ଉଠାଇବା ପରେ ଏହାର ଯାଂଚ କରିବାକୁ କମିଟି ଗଠନ କରିଛନ୍ତି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀଙ୍କ ଭାଷଣର ଯାଂଚ କରିବ ନିର୍ବାଚନ କମିସନ । ଅପରେସନ ମିଶନ ଶକ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ରାଜନୈତିକ ଫାଇଦା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିରୋଧୀ ଦଳମାନଙ୍କ ଅଭିଯୋଗ ପରେ କମିସନ ଏଭଳି ପଦକ୍ଷେପ ନେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଉପଗ୍ରହ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ସବୁ ଶ୍ରେୟ ନେଉଛନ୍ତି ବୋଲି ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦିଙ୍କ ହାପି ୱାଲର୍ଡ ଥିଏଟର ଡେ ବୋଲି କହି କଟାକ୍ଷ କରିଛନ୍ତି । ସେହପିରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଧ୍ୟ ମିଶନ ଶକ୍ତିିକୁ ନେଇ ଏନଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ବିରୋଧ କରିଛନ୍ତି । ନିର୍ବାଚନ ଆଗକୁ ଥିବାବେଳେ ମୋଦି ଏଭଳି ଡ୍ରାମା କରୁଛନ୍ତ ଯାହାର ସୀମା ନାହିଁ ବୋଲି କହିଛନ୍ତିି ମମତା ।

ସମାଜବାଦୀ ଦଳ ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉପହାସ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଟିଭିରେ ଘଂଟାଏ ସମୟ ମାଗଣା ପାଇଗଲେ ଏବଂ ମୁଖ୍ୟ ସମସ୍ୟାଗୁଡିକ ଉପରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ସେ ପ୍ରୟାସ କରିଛନ୍ତି । ଅନ୍ୟପଟେ ଉପଗ୍ରହ ବିଧ୍ୱଂସୀ ଅମିଯାନ ମିଶନ ଶକ୍ତିକୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ୨୦୧୨-୧୩ରେ ଅନୁମତି ଦେଇନଥିଲେ ବୋଲି ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ମାଧବନ ନାୟାର କହିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ମାଧବନଙ୍କ ବୟାନକୁ ନେଇ ବିରୋଧୀଙ୍କୁ ସମାଲୋଚନା କରିଛି ଏନଡିଏ ।