ବିଜେପିକୁ ଝଟକା ! ନମୋଟିଭିକୁ ନେଇ ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ, ଦେବାକୁ ହେବ ବାର୍ଷିକ ଖର୍ଚ୍ଚର ରିପୋର୍ଟ

186

କନକ ବ୍ୟୁରୋ : ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨୪ ଘଂଟା ବାକି । ଭୋଟରଙ୍କ ହାତରେ ନେତାଙ୍କ ଚାବି । ବିଭିନ୍ନ ବୁଥ୍ ଗୁଡିକରେ ଇଭିଏମ ପହଂଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟ୍ ପଡିବାକୁ ଥିବା ସମସ୍ତ ବୁଥରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସୁରୁଖୁରୁରେ ମତଦାନ କରିବା ପାଇଁ ନିର୍ବାଚନ କମିସନ୍ ସବୁଦିଗକୁ କଡ଼ା ଦୃଷ୍ଟି ରଖିଛନ୍ତି ।

ଏପଟେ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକର ପ୍ରଚାର ତରିକା ଉପରେ ନିର୍ବାଚନ କମିସନ୍ ଲଗାତାର ଅନୁଶୀଳନ କରୁଛନ୍ତି । ଆଉ ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ତିଆରି ହୋଇଥିବା ନମୋଟିଭି ପୁଣି ଥରେ ବିବାଦ ଘେରକୁ ଆସିଛି । ନମୋ ଟିଭିକୁ ନେଇ ନିର୍ବାଚନ କମିସନ କଡ଼ା ଆଭିମୁଖ୍ୟ ଜାହିର କରିଇନ୍ତି । ଭାରତୀୟ ଜନତା ପାର୍ଟିକୁ ଜବାବ ତଲବ କରିଛନ୍ତି ନିର୍ବାଚନ କମିସନ୍ । ନମୋ ଟିଭିକୁ ରାଜନୈତିକ ବିଜ୍ଞାପନ ଶ୍ରେଣୀଭୁକ୍ତ କରିଛନ୍ତି ନିର୍ବାଚନ କମିସନ୍ । ଆଦଶ ଆଚରଣ ବିଧି ଲାଗୁ ହେବାପରେ ଅନ୍ୟ ରାଜନୈତିକକ ଦଳ ପରି ନମୋଟିଭି ପାଇଁ ମଧ୍ୟ ଦଳ ଅନୁମତି ନେବାର ଥିଲା । ଏହି କାରଣରୁ ନମୋ ଟିଭିକୁ ଚ୍ୟାନଲେ ନୁହେଁ ରାଜନୈତିକ ବିଜ୍ଞାପନ ପକ୍ଷଭୁକ୍ତ କରିଛି ନିର୍ବାଚନ କମିସନ୍ ।

ଆଉ ଏନେଇ ନିର୍ବାଚନ କମିସନ ବିଜେପିକୁ ପ୍ରଶ୍ନ କରିବ । ଏହି ଚ୍ୟାରନେଲରେ ଖର୍ଚ୍ଚ ହେଉଥିବା ବାର୍ଷିକ ରାଶି ଅଡ଼ିଟ ରିପୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ୍ । କାରଣ ପୂର୍ବରୁ ଏହି ଚ୍ୟାନେଲ ପାଇଁ ହେଉଥିବା ଖର୍ଚ୍ଚର ରିପୋର୍ଟ ଦାଖଲ କରିସାରିଛି ବୋଲି କହିଛି ଦଳ । ଅନ୍ୟପଟେ ନମୋଟିଭି ସାମଗ୍ରୀ ଗୁଡ଼ିକର ତଦାରଖ ପାଇଁ ମିଡ଼ିଆ ଓ ପର୍ଯ୍ୟାଲୋଚନା କମିଟ ନିଯୁକ୍ତ କରିଛନ୍ତି ନିର୍ବାଚନ କମିସନ୍ । ନମୋ ଟିଭିକୁ ଆସୁଥିବା ସମସ୍ତ ବିଜ୍ଞାପନ ଏହି କମିଟରି ଅନୁମତି ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।