୨୦୧୯ ସାଧାରଣ ନିର୍ବାଚନ ପାଇଁ ସଜବାଜ ! ଇଭିଏମର ସମ୍ମନ୍ଧିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଲେ ନିର୍ବାଚନ କମିସନ୍

205

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇିନି । ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ନିର୍ବାଚନ କମିସନ୍ ଇଭିଏମ-ଭିଭିପାଟ୍ ନେଇ ସମସ୍ତ ରାଜ୍ୟକୁ ବିସ୍ତୃତ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ବାଚନ ପାଇଁ ଇଭିଏମ୍ ସହ ଜଡ଼ିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ନିର୍ବାଚନ କମିସନ ଆଜି କହିଛନ୍ତି । ୯୮ ପ୍ରତିଶତ ମେସିନ ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଭାବେ ଚେକିଂ ହୋଇଯାଇଛି ବୋଲି ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ ଗତ ଥର ପରି ଏଥର ମଧ୍ୟ ନିର୍ବାଚନ କମିସନ୍ ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ କରାଇପାରନ୍ତି । ଜାମ୍ମୁ-କଶ୍ମୀରର ବିଧାନସଭା ଭଙ୍ଗ ହୋଇସାରିଛି । ଆଉ ନିୟମ ଅନୁସାରେ ବିଧାନସଭା ଭଙ୍ଗ ହେବାର ୬ ମାସ ଭିତରେ ହିଁ ନିର୍ବାଚନ କରାଇବା ଜରୁରୀ । ସିକ୍କିମ ବିଧାନସଭା କାର‌୍ୟ୍ୟକାଳ ୨୭ ମେ ୨୦୧୯ରେ ଶେଷ ହେବ । ସେହିପରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଅରୁଣାଚଳ ପ୍ରଦେଶର ବିଧାନସଭା କାର‌୍ୟ୍ୟକାଳ କ୍ରମଶ ୧୮ ଜୁନ୍, ୧୧ ଜୁନ୍ ଓ ୧ ଜୁନରେ ଶେଷ ହେଉଛି ।