ଶାନ୍ତିଶୃଙ୍ଖଳାରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ ! ପଡିଲାନି ଅଧିକ ଭୋଟ୍, ୨୦୧୪ ସହ ୨୦୧୯ ନିର୍ବାଚନର ପୋଲିଂ ପ୍ରତିଶତ ପ୍ରାୟ ସମାନ 

151

 କନକ ବ୍ୟୁରୋ : ୨୦୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟରେ ବଢିଲାନି ଭୋଟରଙ୍କ ମତଦାନ ।  ପ୍ରାଥମିକ ଆକଳନ କରି ଏହି ତଥ୍ୟ ଦେଇଛନ୍ତି  ନିର୍ବାଚନ କମିଶନ । ୨୦୧୪ରେ ଟ୍ରେଣ୍ଡ ଯାହା ଥିଲା ବର୍ତମାନ ବି ଟ୍ରେଣ୍ଡ ସେହି ଏକପ୍ରକାରର ରହିଛି । କମିଶନଙ୍କ କହିବା ଅନୁସାରେ, ଏହା ହେଉଛି ପ୍ରାଥମିକ ଆକଳନ । ପୁଙ୍ଖାନୁପୁଙ୍ଗ ଆକଳନ ପରେ ଏହି ପ୍ରତିଶତ ବଢିପାରେ  ।  ଗତକାଲି ଦେଶର ୯୧ଟି ଲୋକସଭା ଆସନରେ ଭୋଟଗ୍ରହଣ ହୋଇଥିଲା । ଲୋକେ ବହୁସଂଖ୍ୟାରେ  ଭୋଟଦାନ ବି କରିଥିଲେ । ତ୍ରିପୁରା ଓ ପଶ୍ଚିମବଙ୍ଗରେ ସର୍ବାଧିକ ୮୦ ପ୍ରତିଶତ ଭୋଟ ପଡିଥିବାବେଳେ  କାଶ୍ମୀରରେ ୭୨ ପ୍ରତିଶତ ଭୋଟିଂ ହୋଇଥିଲା  ଆତଙ୍କବାଦ ପ୍ରଭାବିତ ବାରମୁଲ୍ଲାରେ ୩୫ ପ୍ରତିଶତ ଭୋଟିଂ ହୋଇଛି ।  ଭୋଟଦାନ ବି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ।

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୮ ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ୯୧ ସିଟରେ ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ ସବୁଠୁ ଅଧିକ ଉତ୍ସାହ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଦେଖିବାକୁ ମିଳିଛି । ଅନ୍ୟପଟେ ବିହାରରେ ସବୁଠୁ କମ ଭୋଟିଂ ହୋଇଛି । କିଛି ସିଟରେ ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ, କିଛି ସିଟରେ ୫ଟା ପର୍ଯ୍ୟନ୍ତ ଏବଂ କିଛି ଜାଗାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ମତଦାନ କରିଛନ୍ତି ।