ନିର୍ବାଚନ ପାଇଁ ଧୀରେ ଧୀରେ ଜମୁଛି ପ୍ରଚାର ! ରାଲି, ଶୋଭାଯାତ୍ରା କରି ଜନତାଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀଙ୍କ କସରତ

75

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଧୀରେ ଧୀରେ ଜମୁଛି ପ୍ରଚାର । ପ୍ରଥମ ପର୍ଯ୍ୟାୟରେ ୧୧ ଏପ୍ରିଲରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ଏଥପାଇଁ ଧୀରେ ଧିରେ ପ୍ରଚାର ଜମିବାରେ ଲାଗିଛି । ନବରଙ୍ଗପୁର ଲୋକସଭାରେ କଂଗ୍ରେସରୁ ପ୍ରଦୀପ ମାଝି, ବିଜେଡିରୁ ରମେଶ ମାଝି ଓ ବିଜେପିରୁ ବଳଭଦ୍ର ମାଝି ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କୋରାପୁଟ ଆସନରୁ ବିଜେଡିରୁ କୌଶଲ୍ୟା ହିକକା, କଂଗ୍ରେସରୁ ସପ୍ତଗିରି ଉଲ୍ଲାକା, ବିଜେପିରୁ ଜୟରାମ ପାଙ୍ଗୀ ପ୍ରାର୍ଥୀ ହୋଇଛନ୍ତି । ସମସ୍ତ ପ୍ରାର୍ଥୀ ଜୋରସୋରରେ ଚଳାଇଛନ୍ତି ପ୍ରଚାର ଅଭିଯାନ ।

ସେପଟେ ଜଗତସିଂହପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡା. ରାଜଶ୍ରୀ ମଲିକ ଆରମ୍ଭ କରିଛନ୍ତି ପ୍ରଚାର । ରାଜଶ୍ରୀ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ମାଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି । ଏଥି ସହିତ ତାଙ୍କୁ ବହୁ ଦଳୀୟ ସମର୍ଥକ ମାନେ ସ୍ୱାଗତ କରିଛନ୍ତି । ତେବେ ପୂର୍ବରୁ ସେ ତିର୍ତ୍ତୋଲ ବିଧାୟିକା ହୋଇଥିବା ବେଳେ ଯେଉଁ ଅଭିଜ୍ଞତା ରହିଛି ସେହି ଅଭିଜ୍ଞତାକୁ ନେଇ ଚଳିତ ନିର୍ବାଚନରେ ଲୋକସଭା କ୍ଷତ୍ରରେ ୭ ଟି ବିଧାନସଭା ଆସନରେ ନିଶ୍ଚିତ ଭାବେ ଲୋକଙ୍କ ପାଖରେ ପହଁଞ୍ଚିବେ ଓ ରାଜ୍ୟ ସରକାରଙ୍କ ସମସ୍ତ ଜନ ହିତକର ଯୋଜନାକୁ ନେଇ ନିର୍ବାଚନ ମଇଦାନକୁ ଯିବେ ବୋଲି ସେ କହିଛନ୍ତି ।