ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର ! ଜଗତସିଂହପୁରରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ପ୍ରଚାର କଲେ ପତ୍ନୀ

286

କନକ ବ୍ୟୁରୋ : ଜଗତସିଂହପୁରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ । ଘର ଘର ବୁଲି ସ୍ୱାମୀଙ୍କ ପାଇଁ ଭୋଟ ମାଗୁଛନ୍ତି ପ୍ରଶାନ୍ତଙ୍କ ପତ୍ନୀ । ହାତରେ କମ ସମୟ ଥିବାରୁ ସ୍ୱାମୀଙ୍କ ପ୍ରଚାର କରୁଥିବା କହିଛନ୍ତି ପ୍ରଶାନ୍ତଙ୍କ ପତ୍ନୀ । ପ୍ରଶାନ୍ତ ୨୦୧୪ରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବାବେଳେ ଚଳିତ ଥର ତାଙ୍କୁ ଶେଷ ମୁହୂର୍ତ୍ତରେ ଜଗତସିଂହପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି । ଏହି ଆସନରୁ କଂଗ୍ରେସର ଚିରଞ୍ଜୀବ ବିଶ୍ୱାଳ ପ୍ରଶାନ୍ତ ଟକ୍କର ଦେଉଛନ୍ତି ।

ସେପଟେ ବାଲେଶ୍ୱରରେ ମଧ୍ୟ ଜମୁଛି ନିର୍ବାଚନୀ ପ୍ରଚାର । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବାବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ବାଲେଶ୍ୱରର ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବାବେଳେ ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ କରି ଭୋଟ ମାଗୁଛନ୍ତି । ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ଏବେ ଘର ଘର ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି ।

ଚାନ୍ଦବାଲିରେ କଂଗ୍ରେସର ଜୋରଦାର ପ୍ରଚାର କରିଛି । ଏଠାରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବ । ଭଦ୍ରକ ଲୋକସଭା ନିର୍ବାଚନ ପ୍ରାର୍ଥୀ ମଧୁମିତା ସେଠୀ ଓ ଚାନ୍ଦବାଲି କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦାସ ପ୍ରଚାରକୁ ଜୋରଦାର କରିଛନ୍ତି । ଗତକାଲି ଏକ ବାଇକ ରାଲିରେ କଂଗ୍ରେସ ପ୍ରାର୍ଥୀମାନେ ୮ଟି ପଂଚାୟତରେ ପ୍ରଚାର କରିଥିଲେ । ଭଦ୍ରକ ଲୋକସଭା ଆସନରେ ବିଜେପିର ଅଭିମନ୍ୟୁ ସେଠୀ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ଲଢୁଛନ୍ତି ମଂଜୁଲତା ମଣ୍ଡଳ । ଚାନ୍ଦବାଲିରେ ବିଜେଡିର ବ୍ୟୋମକେଶ ରାୟ ଓ ବିଜେପିର ମନମୋହନ ସାମଲଙ୍କୁ ଟକ୍କର ଦେଉଛନ୍ତି ଦିଗମ୍ବର ଦାସ ।