କନକ ବ୍ୟୁରୋ: ନେତା ଭୁଲି ଗଲେ ମଞ୍ଚ ଗାରିମା । ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକଙ୍କ ଆଗରେ ହେଲା ନେତାଙ୍କ ମଧ୍ୟରେ ବାକ ଯୁଦ୍ଧ । ବାଘ, ଛେଳି ଉପାଖ୍ୟାନରେ ଗରମ ହେଲା ଶୀତୁଆ ରାତିର ମଞ୍ଚ । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା ଦର୍ଶକ ଦେଖିଲେ ମଞ୍ଚ ଉପରେ ନେତାଙ୍କ ଆରୋପ ପ୍ରତ୍ୟାରୋପର ଦୃଶ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ମହୋତ୍ସବରେ ।
ମା’ ହେବାକୁ ଯାଉଛନ୍ତି ଅର୍ଚ୍ଚିତା: ସୋସିଆଲ୍ ମିଡିଆରେ ସେୟାର କଲେ ଫଟୋ, ଦେଖନ୍ତୁ ଭିଡିଓ
ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ଉଦ୍ଜାପନି ସଭାରେ ନିଜ ବକ୍ତବ୍ୟ ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ହଠାତ ଉତକ୍ଷିପ୍ତ ହୋଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଥିଲେ । ଏବଂ ତାଙ୍କୁ ମଣ୍ଡେଇ ମହୋତ୍ସବକୁ ଡାକିଛ କି ବୋଲି ପ୍ରଶ୍ନ କରି ଉତକ୍ଷିପ୍ତ ହୋଇଥିଲେ । ସେ ନିଜକୁ ବାଘ ଛୁଆ ବୋଲି ସମ୍ବୋଧିତ କରିଥିଲେ ଏବଂ ପରୋକ୍ଷରେ ଉପସ୍ଥିତ ବିଜେପି ନେତାଙ୍କୁ ଛେଳି ଛୁଆ ବୋଲି ଇଙ୍ଗିତ କରିଥିଲେ ଯାହାକୁ ନେଇ ପରିବେଶ ଉତେଜନା ପୂର୍ଣ୍ଣ ହୋଇଥିଲା ।
ଯାହା ଫଳ ସ୍ୱରୂପ ମଞ୍ଚ ତଳେ ଥିବା ବିଜେପି କର୍ମୀ ମାନେ ମଧ୍ୟ ଉତକ୍ଷିପ୍ତ ହୋଇ ମଞ୍ଚ ତଳୁ ନାରାବାଜି ଦେଇଥିଲେ । କିଛି ସମୟ ପରେ ନିଜ ଅଭିଭାଷଣ ରଖିବାକୁ ଆସି ଗଣ ଶିକ୍ଷା ମନ୍ତ୍ରୀ ମଧ୍ୟ ବିଧାୟକ ରନ୍ଧାରୀଙ୍କ ବକ୍ତବ୍ୟକୁ ନିନ୍ଦା କରି ଅଭିଯୋଗର କାଉଣ୍ଟର କରି ବିଜେଡି ଶାସନ ଅମଳରେ ୨୪ ବର୍ଷରେ ଯାହା ଜିଲ୍ଲାର ବିକାଶ ହୋଇନଥିଲା ବର୍ତ୍ତମାନ ୧୭ ମାସରେ ଅନେକ ବିକାଶ ହୋଇଛି । ୨୪ ବର୍ଷ ରେ କିଛି ବିକାଶ କରି ନ ଥିବା ବେଳେ ୧୭ ମାସର ସରକାରଙ୍କୁ ପ୍ରଶ୍ନ କରୁଥିବା ଅଭିଯୋଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/15/27-2025-12-15-11-31-08.jpg)