ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓଡ଼ିଶା:  ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ । ୧୧ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ ଶିଳ୍ପ । ସୃଷ୍ଟି ହେବ ୭୮୧୫ ନିଯୁକ୍ତି ।

3

Odisha BJP Photograph: (KanakNews)

କନକ ବ୍ୟୁରୋ: ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓଡ଼ିଶା । ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ । ୧୧ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ ଶିଳ୍ପ । ସୃଷ୍ଟି ହେବ ୭୮୧୫ ନିଯୁକ୍ତି । ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଭଳି ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ । ସୁନ୍ଦରଗଡ଼ର ହେବ ଭାସମାନ ସୌର ପ୍ରକଳ୍ପ, ଅନୁଗୁଳରେ କୋଇଲା ୱାସେରୀ, ଖୋର୍ଦ୍ଧାରେ ଏଲ୍‌ଇଡି ଲାଇଟ କାରଖାନା, ପୁରୀ ପଞ୍ଚତାରକା ହୋଟେଲ ଓ ରିସୋଟ ସହ ଅନ୍ୟ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଅଦ୍ୟକ୍ଷତାରେ ଅନୁଷ୍ଠିତ ୧୪୨ ତମ ସିଙ୍ଗିଲ ୱିଣ୍ଡୋ କର୍ତୁପକ୍ଷଙ୍କ ବୈଠକରେ ଏହି ସବୁ ପ୍ରକଳ୍ପକକୁ ମଞ୍ଜୁରୀ ମିଳିଛି । ଜାଣନ୍ତୁ, କେଉଁ ଜିଲ୍ଲାରେ କେଉଁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। 

ବିଧାନସଭା ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଐତିହାସିକ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୧୧ ଜିଲ୍ଲାରେ ୨୦ ଶିଳ୍ପ
ସୃଷ୍ଟି ହେବ ୭୮୧୫ ନିଯୁକ୍ତି
ସୁନ୍ଦରଗଡ଼ରେ ହେବ ଭାସମାନ ସୌର ପ୍ରକଳ୍ପ
ଏଥିପାଇଁ ଏନ୍‌ଟିପିସି ସେଲ୍‌ ପାୱର କମ୍ପାନି ୭୧୦.୨୭ କୋଟି ଟଙ୍କା ନିବେଶ କରିବ
ଖୋର୍ଦ୍ଧାରେ ଏସ୍‌ଆର୍‌ ଡାଇନାମିକ୍ସ ୫୪ କୋଟି ନିବେଶରେ ଏକ ସୋଲାର୍‌ ମଡ୍ୟୁଲ୍‌ ହେବ
ଅନୁଗୁଳରେ ଏନ୍‌ଭିରୋକେୟାର ଇନ୍‌ଫ୍ରା ସଲ୍ୟୁସନ୍ସ ୩୫୧ କୋଟି ନିବେଶରେ ଏକ ସୋଲାର ପିଭି ସିପିପି
ଢେଙ୍କାନାଳରେ ଅନନ୍ତମ ସୋଲାର୍‌ ଏନର୍ଜିସ୍‌ ପକ୍ଷରୁ ୨୭୧ କୋଟି ଟଙ୍କା ନିବେଶରେ ଏକ ସୋଲାର୍‌ ସେଲ୍ ହେବ
ଆଇନେକ୍ସ ରିନୁଏବଲ୍‌ସ ଖୋର୍ଦ୍ଧାରେ ୯୯.୮୫ କୋଟି ଟଙ୍କାରେ ଏକ ସୋଲାର୍‌ ମଡ୍ୟୁଲ୍‌ କାରଖାନା କରିବ 
ରାଜ୍ୟରେ ଆଉ ୪ଟି ନୂଆ ତାରକା ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରାଯିବ
ପୁରୀରେ ଶ୍ରୀକ୍ରିଷ୍ଣା ଇଷ୍ଟେଟ୍‌ସ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ୍‌ ୨୫୦.୪୮ କୋଟି ଟଙ୍କାରେ ଏକ ପଞ୍ଚତାରକା ହୋଟେଲ୍‌ କରିବ
ପୁରୀରେ ଆର୍‌କେଡି ହୋ‌ଟେଲ୍‌ସ ୫୮.୮୦ କୋଟି ଟଙ୍କାରେ ଏକ ରିସୋର୍ଟ ସ୍ଥାପନ କରିବ । 
ସାତପଡ଼ା ରେଗାଲ୍ ପାରାଡାଇଜ୍ ପୁରୀରେ ୧୨୫ କୋଟି ଟଙ୍କାରେ ଏକ ପଞ୍ଚତାରକା ହୋଟେଲ୍‌ କରିବ
 କୋରାପୁଟରେ ମିଡ୍‌-ଇଷ୍ଟ୍‌ ପକ୍ଷରୁ ୭୦ କୋଟି ଟଙ୍କା ନିବେଶରେ ଏକ ରିସୋର୍ଟ ସ୍ଥାପନ କରାଯିବ । 
ପିଟି ୱାର୍କସ୍‌ ପକ୍ଷରୁ ୫୩୨ କୋଟି ଟଙ୍କା ନିବେଶରେ ଜଗତସିଂହପୁରରେ ପାନୀୟ ପ୍ରକଳ୍ପ ସ୍ଥାପନ କରାଯିବ । 
ଖୋର୍ଦ୍ଧା ଓ ସମ୍ବଲପୁରରେ ଯଥାକ୍ରମେ ମାଉଣ୍ଟ୍‌ ଏଭରେଷ୍ଟ ବ୍ରୁଅରି ଓ ପ୍ରିମିୟର୍‌ ଗ୍ରିନ୍‌କେମ୍ ପକ୍ଷରୁ ବ୍ରୁଅରି ସ୍ଥାପନ କରାଯିବ ।
ଅନୁଗୁଳରେ ଗୋଦାବରୀ କମୋଡିଟିଜ୍ ତରଫରୁ ୯୯.୮୦ କୋଟି ଟଙ୍କା ନିବେଶରେ ଏକ କୋଇଲା ୱାସେରି କରାଯିବ । 
ରଶ୍ମୀ ମେଟାଲର୍ଜିକାଲ୍ ଇଣ୍ଡଷ୍ଟ୍ରି କେନ୍ଦୁଝରରେ ୬୦୦ କୋଟି ଟଙ୍କାରେ ଲୁହାପଥର ବିନିଫିକେସନ୍‌ କାରଖାନା ବସାଇବ । ଯାଜପୁରରେ ସାଇନୋମାକ୍ ଟେକ୍ନୋଲୋଜିସ୍ ୭୦.୫୦ କୋଟି ଟଙ୍କାରେ ଏକ ରେଳ ଉପକରଣ କାରଖାନା କରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe