କନକ ବ୍ୟୁରୋ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କୋର୍ ଏରିଆର ପ୍ରଥମ ଗାଁ ଭାବେ ବିସ୍ଥାପିତ ହୋଇଥିଲା ‘ରାଇଗୋଡ଼ା’। ସାତକୋଶିଆ ଛାଡ଼ିବାକୁ ଗାଁର ୭୮ ପରିବାରଙ୍କୁ ସେତେବେଳେ ଅନେକ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ରାଜ୍ୟର ବିକାଶ ପାଇଁ ନିଜ ଭିଟାମାଟି ଛାଡି କେମିତି ୮ ବର୍ଷ ହେଲାଣି ଜୀବନ ବିତାଉଛନ୍ତି ଅନୁଗୁଳର ରାଇଗୋଡ଼ା ଗ୍ରାମବାସୀ ।
ସକାଳୁ ଉଠିଲେ ଏମାନଙ୍କର ପ୍ରମୁଖ କାମ । ମୁଣ୍ଡରେ ଓ କାଖରେ ପାଣି ଗରା, ବାଲଟି ଧରି ଦେଢ କିଲୋମିଟର ଦୂର ଅଂଚଳକୁ ପାଣି ଆଣିବାକୁ ଯିବା । ୮ ବର୍ଷ ହେଲାଣି ନାଳରୁ ଚୁଆ ଖୋଳି ପ୍ରତିଦିନ ଏମାନେ ପାଣି ଆଣନ୍ତି । କାରଣ ତାଙ୍କ ଗାଁ ରାଇଗୋଡ଼ାରେ ପିଇବା ଅବା ରୋଷେଇ ଯୋଗ୍ୟ ପାଣି ନାହିଁ । ଗାଁରେ ଆସୁଥିବା ପାଇପ୍ ପାଣି ପିଇବାଯୋଗ୍ୟ ନୁହେଁ । ଗ୍ରାମବାସୀଙ୍କ ଅଭିଯୋଗ, ତାଙ୍କ ପୁରୁଣା ଗାଁ ରାଇଗୋଡ଼ା ଏଭଳି ନ ଥିଲା । ଘର ପାଖରେ ପିଇବା ପାଣି ଥିଲା । ବନ ବିଭାଗ ଲୋଭ ଦେଖାଇ ତାଙ୍କ ଭିଟାମାଟି ଛଡେଇ ନେବା ପରେ ଭଣ୍ଡେଇ ଦେଲା ।
ଅଧିକ ପଢ଼ନ୍ତୁ--ଶୀତ ଦିନରେ ଘାରିଲା ବାତ୍ୟା ଭୟ; ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
୨୦୧୭ରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର ଅଞ୍ଚଳରେ ଥିବା ‘ରାଇଗୋଡ଼ା’ଗାଁର ୭୮ ପରିବାରକୁ ବିସ୍ଥାପିତ କରାଯାଇଥିଲା । ଯେଉଁଠି ଥଇଥାନ କଲେ, ତା’ ନାଁ ହେଲା ନୂଆ ରାଇଗୋଡ଼ା । ଗାଁର ଲୋକଙ୍କୁ ସେତେବେଳେ ଅନେକ ସୁନେଲି ସ୍ବପ୍ନ ଦେଖାଇଥିଲା ବନ ବିଭାଗ । ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା,୧୦ ଡିସମିଲ୍ ଜାଗା,ବିଜୁଳି, ପାଣି, ରାସ୍ତା ସୁବିଧା,କୋଠଘର, ସ୍କୁଲ, ଅଙ୍ଗନବାଡ଼ି ଭଳି ୨୪ଟି ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ହେଲେ ରାସ୍ତା, ବିଜୁଳିକୁ ଛାଡ଼ିଦେଲେ ଅନ୍ୟ କିଛି ସୁବିଧା ଏମାନଙ୍କ ପାଖରେ ପହଞ୍ଚିପାରିନି । ହାତୀ ଭୟରେ ଅନେକ ସମୟରେ ପିଲାମାନେ ପାଠ ପଢ଼ିବାକୁ ବି ଯାଇପାରୁନାହାନ୍ତି । ଏମିତିକି ୧୦ ଡିସମିଲ୍ ବଦଳରେ ମାତ୍ର ୪ ଡିସମିଲ୍ ଜାଗା ଦେଇଛି ପ୍ରଶାସନ । ପ୍ରଶାସନର ଏଭଳି ଚଞ୍ଚକତା ପରେ ପୁରୁଣା ଗାଁକୁ ଝୁରିହେଉଛନ୍ତି ଗାଁ ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/20/satakoshia-2025-11-20-19-51-02.jpg)