ନୂଆପଡ଼ା: ବ୍ୟକ୍ତିଗତ ସ୍ତରକୁ ଗଲାଣି ରାଜନୀତି, ଲୋକଙ୍କ ପ୍ରସଙ୍ଗ ଛାଡ଼ି ପରସ୍ପର କଥା କଟାକଟି

ବିଜେଡି ସୁପ୍ରିମୋଙ୍କ ବେଇମାନ ଉପଖ୍ୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସକାଳୁ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କ କଟାକ୍ଷର ଜବାବ ରଖିଛନ୍ତି ଜୟ ।

28

Nuapada: Politics turned to a personal level Photograph: (KanakNews)

କନକ ବ୍ୟୁରୋ: ବିଜେଡି ସୁପ୍ରିମୋଙ୍କ ବେଇମାନ ଉପଖ୍ୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସକାଳୁ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କ କଟାକ୍ଷର ଜବାବ ରଖିଛନ୍ତି ଜୟ । କହିଛନ୍ତି, ଆଗରୁ କେବେ ନୂଆପଡ଼ାରେ ପାଦ ପଡୁ ନଥିଲା । ବାପାଙ୍କୁ ଦେଖିବା ପାଇଁ କେବେ ଆଗରୁ ଆସିନଥିଲେ । ହେଲେ ଏବେ ନିର୍ବାଚନବେଳେ ନୂଆପଡ଼ା କଥା ମନେପଡ଼ିଲା । ଭୋଟର ସବୁ ଜାଣନ୍ତି, ସେମାନେ ବିଚାର କରିବେ ବୋଲି କ୍ଷୋଭ ଭରା ସ୍ବରରେ କହିଛନ୍ତି ଜୟ ଢୋଲକିଆ । ଏପଟେ ଜୟଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ନିରାଧାର ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା । କହିଛନ୍ତି, ବିଜେଡିରୁ ତିନି ତିନିଥର ବିଧାୟକ ହୋଇଛନ୍ତି ଓ ମନ୍ତ୍ରୀ ପରିଷଦରେ ସ୍ଥାନିତ ହୋଇଛନ୍ତି ରାଜେନ୍ଦ୍ର ଢୋଲକିଆ । ତାଙ୍କ ବିଚାରଧାରାକୁ ହତ୍ୟା କରି ସେ ବିଜେପି ଗଲେ । ସେ ନିଜେ କହିଥିଲେ ବିଜେଡ଼ି ପ୍ରାର୍ଥୀ ହେବେ ।  ତାପରେ ଦିଲ୍ଲୀରେ କଣ ଡିଲ୍‌ ହେଲା ସେ ବିଜେପି ପଳାଇଲେ । ନବୀନ ପଟ୍ଟନାୟକ ରାଜୁ ଢୋଲକିଆଙ୍କ ମରଶରୀର କିପରି ଚେନ୍ନାଇରୁ ଆସିବ ସେଥିପାଇଁ ଚାର୍ଟର ଫ୍ଲାଇଟ୍‌ ବ୍ୟବସ୍ଥା କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭାରେ ସମସ୍ତ ବିଜୁ ପ୍ରେମୀ ଓ ଢୋଲକିଆ ପ୍ରେମୀ ଏକାଠି ହୋଇଥିଲେ ।  ନବୀନ ବାବୁ ଦିଲ୍ଲୀରେ ଥିବାରୁ ଭର୍ଚୁଆଲ୍‌ରେ ଯୋଗ ଦେଇଥିଲେ । ହେଲେ ଏବେ ଜୟ ଢୋଲକିଆ କିନ୍ତୁ ସବୁ ଭୁଲି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ । 

ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ, ସହିଦ ନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୧୪ଟି ସ୍ଥାନରେ ଚଢ଼ାଉ

ସେପଟେ ସଞ୍ଜୟ ଦାସ ବର୍ମାଙ୍କ କଥାକୁ ଖଣ୍ଡନ କଲେ ଜୟ ଢୋଲକିଆ । କହିଲେ ମୋ ବାପାଙ୍କ ଏୟାରଲିଫ୍ଟିଂ ର ଖର୍ଚ୍ଚ ମୋ ପରିବାର କରିଛି । ବିଜେଡି ଟଙ୍କାଟେ ସାହାଯ୍ୟ କରିନି । ମୁଁ ଭଲ ପୁଅ ମୋ ପରିବାର ପାଇଁ । ବାପାଙ୍କ ଚିକିତ୍ସା ଚାଲିଥିବା ବେଳେ ନବୀନଙ୍କୁ ସାହାଯ୍ୟ ମାଗିଥିଲି । ହେଲେ ତାଙ୍କ ପାଖରେ ସମୟ ନଥିଲା ଟିକେ କଥା ହେବା ପାଇଁ । ବାପାଙ୍କ ଦେହାନ୍ତ ପରେ ଯାଇ ନବୀନଙ୍କ ଫୋନ ଆସିଥିଲା । ବାପା ହସ୍ପିଟାଲରେ ଥିଲା ବେଳେ ୧୦ଥର ଫୋନ କରିଥିଲି ନବୀନଙ୍କୁ । ଫୋନ ଉଠେଇଲେନି, ଆଉ ସାହାଯ୍ୟ କଣ ଟା କରିବେ । ମୁଁ ମୋ ବାପାଙ୍କ ଆଦର୍ଶରେ ଅଛି । ବିଜେଡିକୁ ପ୍ରାର୍ଥୀ ମିଳିଲା ନାହିଁ ନୂଆପଡା ରେ । ମାମୁଁଘର କୁ ୫ବର୍ଷରେ ଥରେ ଆସିନଥିଲେ ସ୍ନେହାଙ୍ଗିନୀ । ଏବେ ମନେ ପଡିଗଲା । ମୁଖ୍ୟମନ୍ତ୍ରୀ ଡେଲି ଫୋନ କରି ନୂଆପଡା କଥା ବୁଝୁଛନ୍ତି । ମୋ ପାଇଁ କଷ୍ଟକର ନୁହଁ ନୂଆପଡା । ନୂଆପଡା ମାଟି ଆସନ୍ତା ୧୪ରେ ତାର ଉତ୍ତର ଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe