ଦଳରେ ମୋକିମଙ୍କ ଆବଶ୍ୟକତା ରହିଛି : ମୋକିମଙ୍କ ସପକ୍ଷରେ ବାହାରିଲେ ନିରଞ୍ଜନ

Advertisment

ମହମ୍ମଦ ମୋକିମଙ୍କ ସପକ୍ଷରେ ବାହାରିଲେ ନିରଞ୍ଜନ ପଟ୍ଟନାୟକ । ଦଳ ପ୍ରତି ମୋକିମଙ୍କ ଅବଦାନକୁ ଭିଲି ହେବନି । ତାଙ୍କ ଝିଅ ମଧ୍ୟ ନିର୍ବାଚନମଣ୍ଡଳିରେ ଭଲ କାମ କରୁଛନ୍ତି । ଅଶାନ୍ତି ଦୂର କରିବା ପ୍ରଥମ କର୍ତ୍ତବ୍ୟ ଥିଲା ।

ମହମ୍ମଦ ମୋକିମଙ୍କ ସପକ୍ଷରେ ବାହାରିଲେ ନିରଞ୍ଜନ ପଟ୍ଟନାୟକ । ଦଳ ପ୍ରତି ମୋକିମଙ୍କ ଅବଦାନକୁ ଭିଲି ହେବନି । ତାଙ୍କ ଝିଅ ମଧ୍ୟ ନିର୍ବାଚନମଣ୍ଡଳିରେ ଭଲ କାମ କରୁଛନ୍ତି । ଅଶାନ୍ତି ଦୂର କରିବା ପ୍ରଥମ କର୍ତ୍ତବ୍ୟ ଥିଲା ।

1

Niranjan Photograph: (Kanak News)

କନକ ବ୍ୟୁରୋ: ମହମ୍ମଦ ମୋକିମଙ୍କ ସପକ୍ଷରେ ବାହାରିଲେ ନିରଞ୍ଜନ ପଟ୍ଟନାୟକ । ଦଳ ପ୍ରତି ମୋକିମଙ୍କ ଅବଦାନକୁ ଭିଲି ହେବନି । ତାଙ୍କ ଝିଅ ମଧ୍ୟ ନିର୍ବାଚନମଣ୍ଡଳିରେ ଭଲ କାମ କରୁଛନ୍ତି । ଅଶାନ୍ତି ଦୂର କରିବା ପ୍ରଥମ କର୍ତ୍ତବ୍ୟ ଥିଲା । କଂଗ୍ରେସ ନୀତି ଆଦର୍ଶରୁ ଦୂରେଇବା କଥା ସେ କହିନାହାନ୍ତି । ମୋକିମଙ୍କ ଭଳି ବ୍ୟକ୍ତିଙ୍କ ଦଳରେ ଆବଶ୍ୟକତା ଅଛି ବୋଲି କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । 

ନୀତିନ ନବୀନ କାର୍ଯ୍ୟକାରୀ ସଭାପତି: ବିଜେପି ଦେଲା ୫ ବଡ଼ ଇସାରା

ଏଠାରେ କହିରଖୁଛୁ ଯେ, ମୋକିମଙ୍କୁ ମହଙ୍ଗା ପଡିଛି ଦଳ ବିରୋଧୀ ବୟାନ । କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି । ମହମମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ ।  

କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ । ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ବି ଆଣିଥିଲେ ପୂର୍ବତନ କଂଗ୍ରେସ ବିଧାୟକ । ମୋକିମ କହିଥିଲେ, ଭକ୍ତ ଦାସ ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଥିଲେ । ଓଡ଼ିଶା କଂଗ୍ରେସର ନେତୃତ୍ବ ନେବା ପାଇଁ ଭକ୍ତ ଦାସ ଅନଫିଟ୍ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କହିଥିଲେ ମହମ୍ମଦ ମୋକିମ । ଚିଠିରେ ଦଳର ନେତୃତ୍ଵର ନବୀକରଣ କରିବାକୁ ଦାବି କରିଥିଲେ । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe