ପ୍ରତିଷ୍ଠା ଦିବସରେ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରଣ: କହିଲେ, ସୁଜାତାଙ୍କ ନେତୃତ୍ବକୁ ମାନିବୁ ନାହିଁ

Advertisment

ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିସ୍ଫୋରକ ବୟାନ । ଆମେ ସୁଜାତା କି ଆଉ କାହା ନେତୃତ୍ବକୁ ମାନିବୁ ନାହିଁ । ନବୀନ ଓ ପାଣ୍ଡିଆନଙ୍କ ନାଁ ନେଇ ଜୋରଦାର ବର୍ଷିଛନ୍ତି ବଦ୍ରି ।

ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିସ୍ଫୋରକ ବୟାନ । ଆମେ ସୁଜାତା କି ଆଉ କାହା ନେତୃତ୍ବକୁ ମାନିବୁ ନାହିଁ । ନବୀନ ଓ ପାଣ୍ଡିଆନଙ୍କ ନାଁ ନେଇ ଜୋରଦାର ବର୍ଷିଛନ୍ତି ବଦ୍ରି ।

9

BJD Photograph: (KanakNews)

କନକ ବ୍ୟୁରୋ: ବିଜେଡି ପ୍ରତିଷ୍ଠା ଦିବସରେ ନିର୍ଦ୍ଧୁମ୍ ବର୍ଷିଲେ ବଦ୍ରି ପାତ୍ର । ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିସ୍ଫୋରକ ବୟାନ । ଆମେ ସୁଜାତା କି ଆଉ କାହା ନେତୃତ୍ବକୁ ମାନିବୁ ନାହିଁ । ନବୀନ ଓ ପାଣ୍ଡିଆନଙ୍କ ନାଁ ନେଇ ଜୋରଦାର ବର୍ଷିଛନ୍ତି ବଦ୍ରି । କହିଛନ୍ତି- ମୁଖ୍ୟମନ୍ତ୍ରୀ ହେବାକୁ ୨ଟି ଲୋକର ଲାଳସା ରହିଲା । ଯେଉଁମାନେ ନିର୍ବାଚନ ପରିଚାଳନା କରୁଥିଲେ, ସେମାନଙ୍କ ପାଇଁ ଦଳ ହାରିଲା । ବିଜେଡି ଦଳ ଏବେ ବିପଦରେ ଥିବା କହିଛନ୍ତି ଘସିପୁରାର ଏହି ବିଜେଡି ବିଧାୟକ । 

ବର୍ଷ ଶେଷରେ ଆକାଶ ଛୁଆଁ ରୁପା ଦାମ: ଭୁବନେଶ୍ୱରରେ ରୁପା କିଲୋ ଟପିଲା ଅଢ଼େଇ ଲକ୍ଷ ଟଙ୍କା

ଖାଲି ଏତିକି ନୁହେଁ, ବଦ୍ରି ପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି- ମୋ ମନରେ ଗଭୀର ଅସନ୍ତୋଷ ରହିଛି । ବିଜେଡିରେ ନେତୃତ୍ୱ କନ୍ଦଳ ରହିଛି । ନବୀନ ବାବୁ କିଛି ବୁଝୁ ନାହାନ୍ତି । ବେପାରୀମାନଙ୍କୁ ଦାୟିତ୍ୱ ଦେଇଦେଲେ । ଯାହା ଫଳରେ ଆମର ବିପର୍ଯ୍ୟୟ ହେଲା । ରାଜା ଚକ୍ର ପ୍ରସଙ୍ଗ ଉଠାଇବା ସହ, ଏଠି ଗୋଟିଏ ବାହାର ଶକ୍ତି ଆସି ଅତ୍ୟାଚାର ଓ ପତିଆରା ଚଳାଇଛି । ଏଠି ବି ଆମ ମୁରବୀମାନେ ତା ପକେଟରେ ପଶି ସୁଖ ନିଦ୍ରାରେ ଶୋଇଛନ୍ତି । କର୍ମୀ କହୁଛନ୍ତି ଆମେ ଆପଣଙ୍କ ସହ ଅଛୁ, ଦଳରେ ନାହୁଁ । ବିଜେଡି ହାରିଛି ଆମେ ଶହେ ଗୁଣ ଖୁସି ବୋଲି କର୍ମୀ କହୁଛନ୍ତି । ଏଥିସହ ନବୀନ ଆମ ନେତା । ସେ ଆଉ କାହା ହାତରେ ଆମକୁ ଟେକିଦେଲେ ଗ୍ରହଣ କରିପାରିବୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ବଦ୍ରି ପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe