କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ପୁଣି ଚମକିଛି ରୁପା । ଗୋଟିଏ ଦିନରେ ୯ ହଜାର ଟଙ୍କା ବୃଦ୍ଧି ହୋଇ ରୁପା କେଜିର ଦାମ ଅଢେଇ ଲକ୍ଷ ଟଙ୍କା ଟପିଛି । ଭୁବନେଶ୍ୱରରେ ଶୁକ୍ରବାର ୯ ହଜାର ଟଙ୍କା ବୃଦ୍ଧି ପାଇଥିଲା ରୁପାର ଦାମ । ଗତକାଲି ଭୁବନେଶ୍ୱର ବଜାରରେ ରୁପା କିଲୋ ୨ ଲକ୍ଷ ୫୪ ହଜାର ଟଙ୍କାରେ କାରବାର କରିଛି । ଅନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଥିବାରୁ ଏହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡୁଛି । ବିଦେଶରେ ରୁପାର ଆଉନ୍ସ ପିଛା ଦର ୭୫ ଡଲାର ଭଳି ଉଚ୍ଚସ୍ତରକୁ ଛୁଇଁଛି । ଇଲେକ୍ଟ୍ରି ଯାନ ଓ ସୋଲାର ଉପକରଣ ଆଦି ଶିଳ୍ପରେ ରୁପା ବହୁଳ ମାତ୍ରାରେ ବ୍ୟବହାର ହେଉଥିବାରୁ ରୁପାର ଦାମ ଆକାଶଛୁଆଁ ହେଉଛି । ରୁପା ଭଳି ସୁନା ବି ମହଙ୍ଗା ହେଉଛି । ସୁନାର ଦାନ ୧ଲକ୍ଷ ୪୦ ହଜାର ଟଙ୍କା ଟପିଛି । ଶୁକ୍ରବାର ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାର ଦାମ ୧ ଲକ୍ଷ ୪୦ ହଜାର ୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନାର ଦାମ ୧ ଲକ୍ଷ ୨୮ ହଜାର ୩୫୦ଟଙ୍କାରେ ବିକ୍ରି ଦେଇଛି । ଆଗାମୀ ଦିନରେ ସୁନା ଓ ରୁପାର ଦାମ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି ।
ଭୁବନେଶ୍ବର ତୁଳନାରେ କଟକରେ ଅଧିକ ତଣ୍ଡ ଗଣୁଛନ୍ତି ଅମାନିଆ: ୨୦୨୩ରେ ବର୍ଷକରେ ଗଣିଲେ ୨୮ କୋଟିର ଜରିମାନା
ରୁପା ଟପିଲା ଅଢ଼େଇ ଲକ୍ଷ
ବଜାରରେ ବର୍ଷ ଶେଷରେ ଚମିକିଲା ରୁପା ଦର
କିଲୋ ପିଛା ଦର ଅଢ଼େଇ ଲକ୍ଷ ଟଙ୍କା ଟପିଲା
ଭୁବନେଶ୍ୱରରେ ରୁପା କିଲୋ ୨ ଲକ୍ଷ ୫୪ ହଜାର
ଶୁକ୍ରବାର ଗୋଟିଏ ଦିନରେ ୯୦୦୦ ଟଙ୍କା ବୃଦ୍ଧି
ଗତ ୫ ଦିନରେ ରୁପା କେଜି ଦାମ ୨୮ ହଜାର ବୃଦ୍ଧି
ଅନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଛି
ରୁପାର ଆଉନ୍ସ ପିଛା ଦର ୭୫ ଡଲାରକୁ ଛୁଇଁଛି
ପ୍ରଭାବରେ ସ୍ଥାନୀୟ ବଜାରରେ ଆକାଶଛୁଆଁ ଦର
ଇଲେକ୍ଟ୍ରି ଯାନ ଓ ସୋଲାରରେ ରୁପାର ବହୁଳ ବ୍ୟବାହର
ଆକାଶଛୁଆଁ ଦରବୃଦ୍ଧିର ଅନ୍ୟତମ କାରଣ
ସୁନା ଅପେକ୍ଷା ରୁପାରେ ରିଟର୍ଣ୍ଣ ଅଧିକ ମିଳୁଛି
ରୁପାରେ ନିବେଶ ବଢୁଥିବାରୁ ଦାମ ବଢୁଛି
ରୁପା ଭଳି ସୁନା ମଧ୍ୟ ମହଙ୍ଗା
୨୪ କ୍ୟାରେଟ ୧୦ ଗ୍ରାମ ସୁନାର ଦାମ ୧୪୦,୦୨୦ ଟଙ୍କା
ଶୁକ୍ରବାର ୨୪ କ୍ୟାରେଟ ସୁନାର ଦାମ ୭୭୦ ଟଙ୍କା ବୃଦ୍ଧି
୨୨ କ୍ୟାରେଟ ୧୦ ଗ୍ରାମ ସୁନାର ଦାମ ୧,୨୮,୩୫୦ ଟଙ୍କା
ଶୁକ୍ରବାର ୨୨ କ୍ୟାରେଟ ସୁନା ଦାମ ୭୦୦ ଟଙ୍କା ବୃଦ୍ଧି
ଚଳିତ ସପ୍ତାହରେ ସୁନା ୫ହଜାର ୮୪୦ ଟଙ୍କା ଯାଏଁ ବୃଦ୍ଧି ପାଇଛି
ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୪୫୦୦ ଡଲାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/27/12-2025-12-27-08-41-57.jpg)