କନକ ବ୍ୟୁରୋ: ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ଘମାଘୋଟ ପ୍ରଚାର ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାରେ ମୋଟ୍ ୧୨୧ଟି ଆସନ ପାଇଁ ବିଭିନ୍ନ ଦଳର ୧ ହଜାର ୬୯୮ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ନାମାଙ୍କନପତ୍ରଗୁଡ଼ିକ ଯାଞ୍ଚ କରାଯିବ । ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୨୦ । ତେବେ ଏପର୍ଯ୍ୟନ୍ତ ମହାଗଠବନ୍ଧରେ ଆସନ ବଣ୍ଟନ ବିବାଦ ତୁଟିନି । କିଛି ନିର୍ବାଚନମଣ୍ଡଳୀରେ ମହାଗଠବନ୍ଧନର ଅଂଶୀଦାର ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି । ୧୦ଟି ନିର୍ବାଚନମଣ୍ଡଳୀରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ଆରଜେଡି ନେତା ତେଜସ୍ବୀ ଯାଦବ ନିଜକୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସହମତି ଦେଇନାହିଁ । ଏନଡିଏରେ ମଧ୍ୟ ଆସନ ଓ ମୁଖ୍ୟମନ୍ତ୍ରୀ ଚେହେରା ନେଇ କିଛି ଅସନ୍ତୋଷ ରହିଛି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତିନିଦିନ ହେଲା ବିହାରରେ ଡେରା ପକାଇଛନ୍ତି । ଆଜି ସେ ଏନଡିଏ ନେତାଙ୍କ ସହ ଆଲୋଚନା କରିବେ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ଦିନ ଗତକାଲି ନାମାଙ୍କନ ଭରିଥିବା ପ୍ରାର୍ଥୀମାନେ ଶକ୍ତି ପ୍ରଦର୍ଶନ କରିଥିଲେ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମଧ୍ୟ ବିହାରରେ ପ୍ରଚାର ଆରମ୍ଭ ହୋଇଯାଇଛି । ତେବେ ବିଭିନ୍ନ ଦଳ ପକ୍ଷରୁ ଷ୍ଟାର୍ ପ୍ରଚାରକଙ୍କ ନାଁ ଘୋଷଣା ପରେ ସେମାନେ ମଇଦାନକୁ ଓହ୍ଲାଇଛନ୍ତି । ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଉଭୟ ଏନଡିଏ ଓ ମହାଗଟବନ୍ଧନ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ବିହାରରେ ନଭେମ୍ବର ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ନଭେମ୍ୱର ୧୧ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ ଆସନ ପାଇଁ ହେବ ମତଦାନ । ଏଥିପାଇଁ ଅକ୍ଟୋବର ୨୦ ତାରିଖରେ ଶେଷ ହେବ ନାମାଙ୍କନ ।
ଦିନେ ଗୁଲାମ କରିଥିଲେ, ଏବେ ସଲାମ୍ ମାରୁଛନ୍ତି: ଇଂଗ୍ରେଜ୍ମାନଙ୍କୁ ଏବେ ବିମାନ ଉଡ଼ାଣ ଶିଖାଇବ ଭାରତ
ସରଗରମ ବିହାର
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧, ୬୯୮ ପ୍ରାର୍ଥୀଙ୍କ ନାମାଙ୍କନ
ଆଜି ନାମାଙ୍କନ ଯାଞ୍ଚ, ଅକ୍ଟୋବର ୨୦ ନାମାଙ୍କନ ପ୍ରତ୍ୟାହାର
ଏପର୍ଯ୍ୟନ୍ତ ମହାଗଠବନ୍ଧରେ ତୁଟିନି ଆସନ ବଣ୍ଟନ ବିବାଦ
କିଛି ଆସନରେ ମହାଗଠବନ୍ଧନର ଏକାଧିକ ପ୍ରାର୍ଥୀ
୧୦ଟି ନିର୍ବାଚନମଣ୍ଡଳୀରେ ଏପରି ସ୍ଥିତି ଦେଖିବାକୁ ମିଳିଛି
ଏନଡିଏ ଅଂଶୀଦାର ଦଳରେ ମଧ୍ୟ କିଛି ଅସନ୍ତୋଷ
ନେତାଙ୍କ ସହ ଆଲୋଚନା କରୁଛନ୍ତି ଅମିତ ଶାହ
ତିନିଦିନ ହେଲା ବିହାରରେ ଅଛନ୍ତି ଅମିତ ଶାହ