Nitish Kumar Resigns As Bihar CM :ଇସ୍ତଫା ଦେଲେ ନୀତିଶ : ୨୦ରେ ଶପଥ ନେବେ ନୂଆ ସିଏମ୍‌

ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳ ୧୧ଟା ୩୦ରେ ଶେଷ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏହି ବୈଠକରେ ବର୍ତ୍ତମାନର ବିଧାନସଭାକୁ ଭଙ୍ଗ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି

Nitish Kumar Resigns As Bihar CM

Nitish Kumar Resigns As Bihar CM Photograph: (Kanak News)

କନକ ବ୍ୟୁରୋ : ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ବିଜୟ ହେବା ପରେ ପୁଣି ଥରେ ସରକାର କରିବାକୁ ସଜବାଜ ହେଲାଣି ଏନ୍‌ଡିଏ । ଏହାରି ଭିତରେ ନୀତିଶ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି । ଏହାରି ଭିତରେ ବିହାରରେ ସରକାର ଗଠନ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ସୂଚନାନୁଯାୟୀ, ନଭେମ୍ବର ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ଶପଥ ଗ୍ରହଣ ଉତ୍ସବ ପାଇଁ ପାଟନାର ଗାନ୍ଧୀ ମଇଦାନରେ ଜୋରଦା‌ର ପ୍ରସ୍ତୁତି ଚାଲିଛି । 

ଆହୁରି ପଢ଼ନ୍ତୁ : Bihar News: ବିହାରରେ ନୀତୀଶ ସରକାର;ଏମାନେ ହେବେ ମନ୍ତ୍ରୀ !

୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି ଏନଡିଏ ଐତିହାସିକ ବହୁମତ ହାସଲ କରିଛି, ଯେଉଁଥିରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଛନ୍ତି ।

ଆଜି ଡାକିଥିଲେ ଶେଷ କ୍ୟାବିନେଟ୍‌ ବୈଠକ

ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳ ୧୧ଟା ୩୦ରେ ଶେଷ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏହି ବୈଠକରେ ବର୍ତ୍ତମାନର ବିଧାନସଭାକୁ ଭଙ୍ଗ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି । ବୈଠକ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପାଇଁ ରାଜ ଭବନ ଯାଇଥିଲେ । ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି ।

ଆହୁରି ପଢ଼ନ୍ତୁ : Bihar Election: ଭୋଟ୍ କାଟିଦେଲେ ପିକେ, ମାୟାବତୀ ଆଉ ୱବେସି ?

ବସିବ ବିଧାୟକ ଦଳ ବୈଠକ

ନୀତିଶଙ୍କ ଇସ୍ତଫା ପରେ JDU ବିଧାୟକ ଦଳ ବୈଠକ କରିବ ବୋଲି ଜଣାପଡ଼ିଛି । ଯେଉଁଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯିବା ନେଇ ଆଶା କରାଯାଉଛି । ଏହା ପରେ ବିଜେପି ବିଧାୟକ ଦଳର ଏକ ବୈଠକ ହେବ, ଏବଂ ଶେଷରେ, NDA ବିଧାୟକ ଦଳର ଏକ ମିଳିତ ବୈଠକ ହେବ, ଯେଉଁଠାରେ ନୀତିଶ କୁମାରଙ୍କୁ ମେଣ୍ଟ ନେତା ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଏହା ପରେ, NDA ପ୍ରତିନିଧି ଦଳ ରାଜ୍ୟପାଳଙ୍କ ପାଖକୁ ଯାଇ ସରକାର ଗଠନ ପାଇଁ ଦାବି କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe