କନକ ବ୍ୟୁରୋ : ଝିଅମାନେ ରାତିରେ ବାହାରକୁ ନଯିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ଏକ ଗଣଦୁଷ୍କର୍ମ ମାମଲାରେ ବୟାନ ଦେଇ ବିବାଦୀୟ ହୋଇଥିଲେ । ଏବେ ଜଣେ ବିଜେପି ବିଧାୟକଙ୍କର ଏକ ବୟାନ ମଧ୍ୟ ବିବାଦ ସୃଷ୍ଟି କରିଛି । ମହାରାଷ୍ଟ୍ରର ବିଜେପି ବିଧାୟକ ଗୋପୀଚାନ୍ଦ ପାଦଲକର କହିଛନ୍ତି, ଝିଅମାନେ ଜିମ୍ ନଯାଇ ଘରେ ରହି ଯୋଗ ଅଭ୍ୟାସ କରନ୍ତୁ । ବଡ଼ ଷଡ଼୍ଯନ୍ତ୍ର କଥା ଉଠାଇଛନ୍ତି ବିଜେପି ବିଧାୟକ । ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଏକ ସମାବେଶରେ ଭାଷଣ ଦେଇ ବିଜେପି ବିଧାୟକ ଗୋପୀଚାନ୍ଦ ପାଦଲକର କହିଛନ୍ତି, କଲେଜ ପଢ଼ୁଆ ଝିଅମାନେ ଜିମ୍ ନଯାଇ ଘରେ ଯୋଗାଭ୍ୟାସ କରନ୍ତୁ । ଜିମ୍ରେ କିଏ ପ୍ରଶିକ୍ଷକ ଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ । ତେବେ କାହା ନାଁ ନ ନେଇ ଅନ୍ୟ ସମ୍ପ୍ରଦାୟ ପ୍ରତି ଇଙ୍ଗିତ କରିଛନ୍ତି ପାଦଲକର । ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି ।
କିଏ ଏହି ଦିବ୍ୟା ଗୌତମ? ବିହାର ନିର୍ବାଚନରେ ଉଠୁଛି ନାଁ , ସୁଶାନ୍ତ ରାଜପୁତଙ୍କ ସହ ଥିଲା କନେକ୍ସନ୍
'ଜିମ୍ ଯାଆନ୍ତୁନି ଝିଅ'
ବିଜେପି ବିଧାୟକଙ୍କ ବିବାଦୀୟ ବୟାନ
‘ଝିଅମାନେ ଜିମ୍ ନଯାଇ ଘରେ ଯୋଗାଭ୍ୟାସ କରନ୍ତୁ’
ମହାରାଷ୍ଟ୍ର ବିଜେପି ବିଧାୟକ ଗୋପୀଚାନ୍ଦ ପାଦଲକରଙ୍କ ବୟାନ
ବଡ଼ ଷଡ଼୍ଯନ୍ତ୍ର କଥା ଉଠାଇଛନ୍ତି ବିଜେପି ବିଧାୟକ
‘ଜିମ୍ରେ କିଏ ପ୍ରଶିକ୍ଷକ ଅଛନ୍ତି, ତାହା ଆପଣମାନେ ଜାଣନ୍ତିନାହିଁ’
ନାଁ ନନେଇ ଅନ୍ୟ ସମ୍ପ୍ରଦାୟକୁ ବିଜେପି ବିଧାୟକଙ୍କ ଟାର୍ଗେଟ୍
ଝିଅମାନେ ରାତିରେ ବାହାରକୁ ନଯିବାକୁ କହି ବିବାଦୀୟ ହୋଇଥିଲେ ମମତା ବାନାର୍ଜୀ
ମମତାଙ୍କ ପରେ ବିଜେପି ବିଧାୟକଙ୍କ ବୟାନକୁ ନେଇ ବିବାଦ